Categories: ଜାତୀୟ

ସେପ୍ଟେମ୍ବର ୧ ରୁ ସ୍ବାଭାବିକ ଭାବେ କାର୍ଯ୍ୟ କରିବ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୩୦।୮: ସୁପ୍ରିମ୍‌କୋର୍ଟ ସେପ୍ଟେମ୍ବର ୧ଠାରୁ ସ୍ବାଭାବିକ ଭାବେ କାର୍ଯ୍ୟ କରିବ। ଦୀର୍ଘ ୧୭ମାସ ଧରି ସୁପ୍ରିମ୍‌କୋର୍ଟରେ ପୁଣି ସାଧାରଣ ଭାବେ ଶୁଣାଣି କରାଯିବ। ତେବେ ଭର୍ଚ୍ୟୁଆଲ୍‌ ମାଧ୍ୟମରେ ଶୁଣାଣିର ବିକଳ୍ପ ମଧ୍ୟ ରହିବ ବୋଲି ଏସ୍‌ଓପି ଅଧିସୂଚନା ଜାରି କରାଯାଇଛି। ଶୁଣାଣି ପାଇଁ ମାମଲା ସହିତ ଜଡ଼ିତ ଥିବା ଉଭୟ ପକ୍ଷଙ୍କ ଆଇନଜୀବୀଙ୍କୁ କୋର୍ଟରେ ପ୍ରବେଶ ପାଇଁ ଅନୁମତି ପ୍ରଦାନ କରାଯିବ ବୋଲି ଶୀର୍ଷ ଅଦାଲତର ମହାସଚିବ ଏସ୍‌ଓପିରେ ସୂଚିତ କରିଛନ୍ତି। କେଉଁ ମାଧ୍ୟମରେ ଶୁଣାଣି କରାଯିବ ସେ ନେଇ ୨୪ ଘଣ୍ଟା ପୂର୍ବରୁ ସୁପ୍ରିମ୍‌କୋର୍ଟଙ୍କ ପୋର୍ଟାଲରେ ପଞ୍ଜିକରଣ କରିବାକୁ ପଡ଼ିବ ବୋଲି ଏସ୍‌ଓପିରେ ଉଲ୍ଲେଖ କରାଯାଇଛି।

Share