Advertisement

ବୁଲ୍‌ଡୋଜର କାର୍ଯ୍ୟାନୁଷ୍ଠାନ ଉପରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ଜନସାଧାରଣଙ୍କ କ୍ଷତି ପହଞ୍ଚାଉଥିବା ଧାର୍ମିକ କୋଠାକୁ…

ନୂଆଦିଲ୍ଲୀ,୧ା୧୦: ମଙ୍ଗଳବାର ସୁପ୍ରିମକୋର୍ଟରେ ବୁଲଡୋଜର ଆକ୍ସନ ମାମଲାର ଶୁଣାଣି ହୋଇଛି। ଏହି ସମୟ ମଧ୍ୟରେ  ସୁପ୍ରିମକୋର୍ଟ ଏକ ବଡ଼ ରାୟ ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, ଜନସାଧାରଣଙ୍କ ସୁରକ୍ଷା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ସଡ଼କ, ଜଳରାଶି କିମ୍ବା ରେଲଓ୍ବେ ଟ୍ରାକ୍‌ରେ କୌଣସି ଧାର୍ମିକ କୋଠା ଥିଲେ ଏହାକୁ ହଟାଇବା ଉଚିତ।

କୋର୍ଟ ଜୋର୍‌ ଦେଇ କହିଛନ୍ତି, ଭାରତ ଏକ ଧର୍ମନିରପେକ୍ଷ ଦେଶ ଏବଂ ବୁଲଡୋଜର କାର୍ଯ୍ୟ ତଥା ଆଣ୍ଟି-ଏନ୍‌କାଉଣ୍ଟର ଡ୍ରାଇଭ୍‌ ପାଇଁ ଏହାର ନିର୍ଦ୍ଦେଶ ସବୁ ଧର୍ମ ପାଇଁ ନିର୍ବିଶେଷରେ ସମସ୍ତ ନାଗରିକଙ୍କ ପାଇଁ ହେବ।

ଶୁଣାଣି ସମୟରେ ୟୁପି ସରକାର ପାଇଁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ପହଞ୍ଚିଥିଲେ। ତେବେ ସେ ମଧ୍ୟପ୍ରଦେଶ ଏବଂ ରାଜସ୍ଥାନ ପାଇଁ  ହାଜର ହୋଇଥିଲେ। ସେ କହିଛନ୍ତି, ମୁଁ ପରାମର୍ଶ ଦେଉଛି ଯେ, ପଞ୍ଜୀକୃତ ପୋଷ୍ଟ ମାଧ୍ୟମରେ ନୋଟିସ୍‌ ପଠାଇବାର ବ୍ୟବସ୍ଥା ରହିବା ଉଚିତ। ୧୦ ଦିନ ସମୟ ଦିଆଯିବା ଉଚିତ। ମୁଁ କିଛି ତଥ୍ୟ ଦେବାକୁ ଚାହୁଁଛି। ଏଠାରେ ଏକ ପ୍ରତିଛବି ସୃଷ୍ଟି କରାଯାଉଛି ଯେପରି ଏକ ସମ୍ପ୍ରଦାୟକୁ ଟାର୍ଗେଟ କରାଯାଉଛି।

ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କ ଯୁକ୍ତି ଉପରେ ଜଷ୍ଟିସ ଗାଭାଇ କହିଛନ୍ତି, ଆମେ ଏକ ଧର୍ମନିରପେକ୍ଷ ବ୍ୟବସ୍ଥାରେ ଅଛୁ। ବେଆଇନ ନିର୍ମାଣ ହିନ୍ଦୁ କିମ୍ବା ମୁସଲମାନ ହୁଅନ୍ତୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍‌। ଏହା ଉପରେ ମେହେଟ୍ଟା କହିଥିଲେ, ଅବଶ୍ୟ ଏହା କରାଯାଏ। ଏହା ପରେ ଜଷ୍ଟିସ ବିଶ୍ୱନାଥନ କହିଛନ୍ତି, ଯଦି ଦୁଇଟି ବେଆଇନ ନିର୍ମାଣ ଅଛି ଏବଂ ଆପଣ ଅପରାଧର ଅଭିଯୋଗ ଆଧାରରେ ସେଥିରୁ କେବଳ ଗୋଟିଏକୁ ଭାଙ୍ଗି ଦିଅନ୍ତି, ତେବେ ନିଶ୍ଚିତ ଭାବରେ ପ୍ରଶ୍ନ ଉଠିବ।

ଏହି ସମୟରେ ଜଷ୍ଟିସ୍‌ ଗାଭାଇ କହିଛନ୍ତି, ଯେତେବେଳେ ମୁଁ ମୁମ୍ବାଇର ବିଚାରପତି ଥିଲି ସେତେବେଳେ ମୁଁ ନିଜେ ଫୁଟ୍‌ପାଥ୍‌ରୁ ବେଆଇନ ନିର୍ମାଣକୁ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲି, କିନ୍ତୁ ଆମକୁ ବୁଝିବାକୁ ହେବ ଯେ ଅପରାଧରେ ଦୋଷୀ ସାବ୍ୟସ୍ତ ହେବା କିମ୍ବା ଘର ଭାଙ୍ଗିବା ପାଇଁ ଆଧାର ହୋଇପାରିବ ନାହିଁ। ଏହାକୁ ‘ବୁଲଡୋଜର ଜଷ୍ଟିସ’ କୁହାଯାଉଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share