Categories: ଜାତୀୟ

ସୁପ୍ରିମକୋର୍ଟଙ୍କ ଅବକାଶ ବେଞ୍ଚ ହାଇବ୍ରିଡ ମୋଡରେ କରିବେ ଶୁଣାଣି: ସିଜେଆଇ…

ନୂଆଦିଲ୍ଲୀ,୧୬।୫ : ସୁପ୍ରିମକୋର୍ଟଙ୍କ ଅବକାଶ ବେଞ୍ଚ ହାଇବ୍ରିଡ ମୋଡ (ଉଭୟ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ମୋଡ) ରେ ଶୁଣାଣି କରିବ ଯାହା ଦ୍ୱାରା ଆଇନଜୀବୀମାନେ ବିଭିନ୍ନ ସ୍ଥାନରୁ ହାଜର ହୋଇପାରିବେ। ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ. ଚନ୍ଦ୍ରଚୂଡ ମଙ୍ଗଳବାର ଏହା କହିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟରେ ମେ ୨୨ ରୁ ଜୁଲାଇ ୨ ପର୍ଯ୍ୟନ୍ତ ଗ୍ରୀଷ୍ମ ଅବକାଶ ହେବ। କେବଳ ଅବକାଶ ବେଞ୍ଚଗୁଡ଼ିକ ଜରୁରୀକାଳୀନ ମାମଲାର ଶୁଣାଣି କରିବେ ।

ବେଞ୍ଚ କହିଛନ୍ତି ଯଦି କେହି ଅନ୍ୟ କୌଣସି ସ୍ଥାନକୁ ଯାଇ ସେଠାରୁ ଶୁଣାଣିରେ ଯୋଗଦେବାକୁ ଚାହୁଁଛନ୍ତି, ତେବେ ତାଙ୍କର ପଦକ୍ଷେପକୁ ସ୍ବାଗତ କରାଯାଉଛି।ଏକମାତ୍ର ସର୍ତ୍ତ ହେଉଛି ଆଇନଜୀବୀମାନେ ସଠିକ ପୋଷାକ ପିନ୍ଧବେ।

ସିଜେଆଇ କହିଛନ୍ତି ଶୁଣାଣି ପାଇଁ ନିଆଯାଇ ନ ଥିବା ୩୦୦ ରୁ ଅଧିକ ତାଜା ମାମଲା ଅବକାଶ ବେଞ୍ଚ ପୂର୍ବରୁ ତାଲିକାଭୁକ୍ତ ହେବ।

Share