୩୧ ଜୁଲାଇ ପର୍ଯ୍ୟନ୍ତ ଓ୍ବାନ୍‌ ନେଶନ୍‌-ଓ୍ବାନ୍‌ ରାଶନ କାର୍ଡ ସୁବିଧା ପାଇଁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ…

ନୂଆଦିଲ୍ଲୀ,୨୯।୬: ଭାରତରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଲକ୍‌ଡାଉନ୍‌ ଜାରି ରହିଛି। ଏପରିସ୍ଥଳେ ପ୍ରବାସୀ ଶ୍ରମିକଙ୍କ ସୁବିଧା ପାଇଁ ଦେଶରେ ଓ୍ବାନ୍‌ ନେଶନ୍‌-ଓ୍ବାନ୍‌ ରାଶନ କାର୍ଡ ସୁବିଧା ୩୧ ଜୁଲାଇ ପର୍ଯ୍ୟନ୍ତ ଉପଲବ୍ଧ କରାଇବା ଲାଗି ସୁପ୍ରିମ୍‌କୋର୍ଟଙ୍କ ମଙ୍ଗଳବାର ନିର୍ଦ୍ଦେଶ ଦେଇଛନ୍ତି। ଲକ୍‌ଡାଉନ୍‌ ଯୋଗୁ ପ୍ରବାସୀ ଶ୍ରମିକଙ୍କ ଆର୍ଥିକ ସ୍ଥିତି ସଙ୍କଟ ଦେଇ ଗତି କରୁଛି। ସେମାନଙ୍କୁ ସୁବିଧାରେ ରାଶନ ଯୋଗାଇ ଦେବାକୁ ସର୍ବୋଚ୍ଚ ନ୍ୟାୟାଳୟ ସମସ୍ତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି। ଏହା ସହିତ ଅଣ ସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କର ପଞ୍ଜିକରଣ ପାଇଁ ଜୁଲାଇ ୩୧ ସୁଦ୍ଧା ପୋର୍ଟାଲ ପ୍ରସ୍ତୁତ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ଓ୍ବାନ୍‌ ନେଶନ୍‌-ଓ୍ବାନ୍‌ ରାଶନ କାର୍ଡ ସୁବିଧା ଘୋଷଣ କରାଯାଇଛି। ତେବେ ଦିଲ୍ଲୀ, ପଶ୍ଚିମବଙ୍ଗ ଏବଂ ଆସାମରେ ଏହା ଲାଗୁ ହୋଇ ନାହିଁ।

Share