ନୂଆଦିଲ୍ଲୀ,୭।୧ : ସୁପ୍ରିମକୋର୍ଟଙ୍କ ଗତ ୮ ବର୍ଷର ରେକର୍ଡ ନୈରାଶ୍ୟ ଜନକ ରହିଛି। ଏହି ସମୟ ମଧ୍ୟରେ ଶୀର୍ଷ କୋର୍ଟ ଅନୁଚ୍ଛେଦ ୩୭୦ ଏବଂ ଇଲୋକ୍ଟ୍ରାଲ ବଣ୍ଡ ପ୍ରସଙ୍ଗରେ କେତେକ ମାମଲାର ବିଚାର କରିବାକୁ ମନା କରିଥିଲେ। ୨୦୧୪ଠାରୁ ଏଭଳି ଧାରା ଜାରି ରହିଥିବା ସୁପ୍ରିମ୍କୋର୍ଟର ପୂର୍ବତନ ବିଚାରପତି ଭି.ଗୋପାଲ ଗୌଡ ଶନିବାର କହିଛନ୍ତି।
୨୦୧୪ରେ ଶୀର୍ଷ କୋର୍ଟ ରାଜନୈତିକ ପ୍ରସଙ୍ଗରେ କେନ୍ଦ୍ରୀୟ ନେତାଙ୍କ ବିରୋଧରେ ପଦକ୍ଷେପ ଗ୍ରହଣ କରିବାରେ ପଛଘୁଞ୍ଚା ଦେଇ ନଥିବା ସେ ଅଭିଯୋଗ କରିଛନ୍ତି। ୨-ଜି ଲାଇସେନ୍ସ ରଦ୍ଦ ଏବଂ କୋଲ ଗେଟ ମାମଲାରେ ମଧ୍ୟ ସମାନ ସ୍ଥିତି ସୃଷ୍ଟି ହୋଇଥିଲା। ଭୀମା କୋରେଗାଓଁ, ଆଧାର, ରାଫାଲ ଆଦି କେତେକ ମାମଲାରେ ଶୀର୍ଷକୋର୍ଟଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିବା ସେ କହିଛନ୍ତି।