Categories: ଜାତୀୟ

ଏନଜିଟି ଆଦେଶ ଉପରେ ସୁପ୍ରିମ୍‌କୋର୍ଟଙ୍କ ରୋକ…

ନୂଆଦିଲ୍ଲୀ,୧୦।୧୨ : ବିଏସ୍‌-୪ ଯୋଗ୍ୟତାରୁ କମ୍‌ ଥିବା ଗାଡ଼ିକୁ ୬ ମାସ ମଧ୍ୟରେ ହଟାଇବା ନେଇ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନଜିଟି)ଙ୍କର ଆଦେଶ ଉପରେ ସୁପ୍ରିମ୍‌କୋର୍ଟ ରୋକ ଲଗାଇଛନ୍ତି। ପର୍ଯ୍ୟାୟ କ୍ରମେ ଏସବୁ ଗାଡ଼ିକୁ ହଟାଯିବା ପାଇଁ ଏନଜିଟି ଆଦେଶ ଜାରି କରିଥିଲେ।

ଏହି ଆଦେଶ ଉପରେ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ଏକ ଆବେଦନ ଶୀର୍ଷକୋର୍ଟରେ ଦାଖଲ କରାଯାଇଥିଲା। ବିଚାରପତି ଏସ.କେ କୌଲ ଏବଂ ଅଭୟ ଏସ୍‌ େଓକାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଶୁଣାଣି କରି ମାମଲାର ପକ୍ଷକାରଙ୍କୁ ନୋଟିସ ଜାରି କରିଛନ୍ତି। ଏହା ସହିତ ପଶ୍ଚିମବଙ୍ଗ ସରକାରଙ୍କୁ ଏହାର ଜବାବ ମାଗିଛନ୍ତି।

Share