Advertisement

ଡି.କେ ଶିବକୁମାରଙ୍କୁ ଆଶ୍ୱସ୍ତି

ନୂଆଦିଲ୍ଲୀ,୧୭।୫: ଆୟ ବର୍ହିଭୂତ ସମ୍ପତ୍ତି ମାମଲାରେ ସୁପ୍ରିମକୋର୍ଟ ବୁଧବାର କର୍ନାଟକ କଂଗ୍ରେସ ସଭାପତି ଡି.କେ ଶିବକୁମାରଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ଶିବକୁମାରଙ୍କ ବିରୋଧରେ ତଦନ୍ତରେ ମଧ୍ୟବର୍ତ୍ତୀକାଳୀନ ରୋକ ଲଗାଇବାକୁ ଅନୁମତି ଦେଇଥିଲେ କର୍ଣ୍ଣାଟକ ହାଇକୋର୍ଟ। ତେବେ ଏଥିପାଇଁ ସିବିଆଇ ସୁପ୍ରିମକୋର୍ଟରେ ହାଇକୋର୍ଟକୁ ଚ୍ୟାଲେଞ୍ଜ କରି ଆବେଦନ କରିଥିଲେ।

ସୁପ୍ରିମକୋର୍ଟ ଏହି ଆବେଦନ ଉପରେ ଶୁଣାଣି କରି ଜୁଲାଇ ୧୪ ପର୍ଯ୍ୟନ୍ତ ସ୍ଥଗିତ ରଖଛନ୍ତିି। ଜଷ୍ଟିସ ବି.ଆର୍‌ ଗବାଇ ଏବଂ ସଞ୍ଜୟ କରୋଲଙ୍କ ବେଞ୍ଚ ଶୁଣାଣିରେ କହିଥିଲେ ଯେ, ମେ ୨୩ରେ ଏହି ମାମଲା ହାଇକୋର୍ଟରେ ଶୁଣାଣି ହେବ।

 

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share