Posted inଜାତୀୟ

କଂଗ୍ରେସ ନେତ୍ରୀଙ୍କ ସହ ଦାଉଦ ଇବ୍ରାହିମ୍‌! ଜଣାପଡିଲା ସତ

ନୂଆଦିଲ୍ଲୀ,୧୪।୭: ଭାରତର ମୋଷ୍ଟ ଓ୍ବାଣ୍ଟେଡ ଡନ୍‌ ଦାଉଦ୍‌ ଇବ୍ରାହିମ୍‌। ଆତଙ୍କବାଦୀ ଲିଙ୍କ୍‌ ଠାରୁ ଆରମ୍ଭ କରି ମୁମ୍ବାଇର ତାଜ୍‌ ଆଟାକ୍‌ ଯାଏଁ ସବୁଠି ରହିଛି ଦାଉଦଙ୍କର ହାତ। ଗୁରୁତର ଆପରାଧିକ ମାମଲାର ଅଭିଯୁକ୍ତ ଦାଉଦ କେବଳ ଭାରତ ପାଇଁ ନୁହେଁ ସାରା ବିଶ୍ୱ ପାଇଁ ମୋଷ୍ଟ ଓ୍ବାଣ୍ଟେଡ କ୍ରିମିନାଲ।ତେବେ ଦାଉଦଙ୍କ କଥା ଆମେ ଏଠି କାହିଁକି ଉଠାଇଲେ ଆପଣ ନିଶ୍ଚେ ଭାବୁଥିବେ। ଏଠାରେ କହି ରଖୁଛୁ ଦାଉଦଙ୍କ ସହ ଜଣେ ମହିଳାଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଫଟୋଟି ଦେଖି ୟୁଜର୍ସ ମହିଳାଙ୍କୁ କଂଗ୍ରେସର ମୁଖପାତ୍ର ସୁପ୍ରିୟା ଶ୍ରୀନେତ ବୋଲି କହିଛନ୍ତି। ଏନେଇ ଜାତୀୟ ରାଜନୀତି ସରଗରମ ରହିଥିବାବେଳେ ଫଟୋରେ ଥିବା ପ୍ରକୃତ ମହିଳା ମୁହଁ ଖୋଲିଛନ୍ତି।


ସେ ହେଉଛନ୍ତି ଭେଟେରାନ ସାମ୍ବାଦିକା ଶିଲା ଭଟ୍ଟ। ଆଇନକୁ ଧରାଛୁଆଁ ଦେଇ ନ ଥିବା ଦାଉଦ ଜଣେ ସାମ୍ବାଦିକାଙ୍କୁ ସାକ୍ଷାତକାର ଦେଇଥିଲେ। ଥରେ ନୁହେଁ ସାମ୍ବାଦିକାଙ୍କୁ ସେ ବହୁଥର ସାକ୍ଷାତକାର ଦେଇଛନ୍ତି।
ଦାଉଦଙ୍କ ସହ ସାକ୍ଷାତକାର ନେଉଥିବାର ଏକ ପୁରୁଣା ଫୋଟକୁ ଶିଲା ତାଙ୍କ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। କେବଳ ଦାଉଦ ନୁହେଁ ଏହି ସାହାସୀ ସାମ୍ବାଦିକା ଜଣକ ଅଣ୍ଡରଗ୍ରାଉଣ୍ଡ ଡନ୍‌ ଜର୍ଣ୍ଣେଲ ସିଂ ଭୀନ୍ଦ୍ରନୱାଲେ, ଛୋଟା ରାଜନ, ଭରାଦରାଜନ ମୁଦାରଲିୟାର, ୟୁସୁଫ ପଟେଲ ହାଜି ମସ୍ତାନ, ଅରୁଣ ଗାୱଲିଙ୍କୁ ଭେଟିଛନ୍ତି। ତେବେ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଶିଲା କହିଛନ୍ତି, ଦାଉଦଙ୍କୁ ଭେଟିବା ସମୟରେ ସେ ଜଣେ ଛୋଟ ଅପରାଧୀ ଥିଲେ। ଦାଉଦ ତାଙ୍କୁ ଭାରତ ଏବଂ ଦୁବାଇରେ ସାକ୍ଷାତକାର ଦେଇଛନ୍ତି।

୧୯୮୮ରେ ତାଙ୍କର ଦାଉଦଙ୍କ ସହ ପ୍ରଥମ ସାକ୍ଷାତକାର ହୋଇଥିଲା। ଦାଉଦଙ୍କୁ ଭେଟିବାକୁ ସେ ଦୁବାଇ ଯାତ୍ରା କରିଥିଲେ। ମୁମ୍ବାଇ ସିରିଏଲ ବିସ୍ଫୋରଣ ସମେତ ଭାରତରେ ହୋଇଥିବା ଅନେକ ଆତଙ୍କବାଦୀ କାର୍ଯ୍ୟକଳାପ ବିଷୟରେ ସେ ପଚାରି ବୁଝିଥିଲେ।
ଶିଲା କହିଛନ୍ତି, ୧୯୭୦ମସିହାରେ ସେ ମାଫିଆ ଡନ କରିମ ଲାଲାଙ୍କୁ ଭେଟିଥିଲେ। ଯାହାର ଫଟୋ ଚିତ୍ରଲେଖା ପତ୍ରିକାରେ ପ୍ରକାଶ ପାଇଥିଲା। ଫଟୋ ଦେଖି ଦାଉଦଙ୍କ ନଜର ଶିଲାଙ୍କ ଉପରେ ପଡିଥିଲା। ଯେଉଁଥିପାଇଁ ତାଙ୍କୁ ସେ ସାକ୍ଷାତ କରିଥିଲେ।ମୁମ୍ବାଇର ମହମ୍ମଦ ଅଲି ରୋଡରେ ଥିବା ଏକ ସରକାରୀ ରିମାଣ୍ଡ ଘରେ କରିମ ଲାଲା ଏବଂ ତାଙ୍କ ସହଯୋଗୀଙ୍କ ଦ୍ୱାରା ବହୁ ଯୁବତୀ ଉତ୍ପୀଡନର ଶିକାର ହୋଇଥିଲେ। ତେବେ ତାଙ୍କ ବିରୋଧରେ ଦାଉଦ ସାମ୍ବାଦିକା ଶିଲାଙ୍କୁ ରିପୋର୍ଟ ପ୍ରସ୍ତୁତ କରିବାରେ ସାହାଯ୍ୟ କରିଥିଲେ।

ଏହି ସାକ୍ଷାତକାର ପରେ ଶିଲା ତାଙ୍କ ସ୍ବାମୀଙ୍କ ସହ ଦାଉଦଙ୍କ ଭେଟିବାକୁ ଯାଇଥିଲେ।
ଶିଲା କହିଛନ୍ତି, ପ୍ରଥମେ ମୋତେ ଓ ମୋ ସ୍ବାମୀଙ୍କୁ ମୁମ୍ବାଇର ଜେଲ ରୋଡ ସ୍ଥିତ ଟ୍ୟାଙ୍କର୍‌ ଷ୍ଟ୍ରିଟକୁ ଡକାଯାଇଥିଲା। ତାପରେ ଆମକୁ ଏକ କଳା ରଙ୍ଗର କାର୍‌ରେ ପାକ୍‌ମୋଡିଆ ଷ୍ଟ୍ରିଟ୍‌କୁ ନିଆଯାଇଥିଲା। ସେଠାରେ ଦୁହେଁ ଦାଉଦଙ୍କୁ ଭେଟିଥିଲୁ।

ଏହାର କିଛି ବର୍ଷ ପରେ ଶିଲା ବାରୋଡା ଜେଲରେ ପୁନର୍ବାର ଡନ୍‌ ଦାଉଦ୍‌ଙ୍କୁ ଭେଟିଥିଲେ। ଦାଉଦଙ୍କୁ ଭେଟିବା ପାଇଁ ସେ ବରୋଦା ଜେଲକୁ ଯାଇଥିଲେ। ଜେଲ୍‌ରେ ଦାଉଦ ଫୁଟବଲ ଖେଳୁଥିବା ଦେଖି ସେ ଆଶ୍ଚର୍ଯ୍ୟ ହୋଇଥିଲେ ବୋଲି କହିଛନ୍ତି।
ଶିଲା କହିଛନ୍ତି, ସାକ୍ଷାତାରରେ ଦାଉଦ ମୁମ୍ବାଇର ମାଫିଆ ଡନ୍‌ କରିଲ ଲାଲାଙ୍କ ସହଯୋଗୀ ତଥା ତାଙ୍କ ବ୍ୟବସାୟକୁ ଦେଖାଶୁଣା କରୁଥିବା ଆଲାମଜେବଙ୍କୁ ଟାର୍ଗେଟ କରିଛନ୍ତି ବୋଲି କହିଥିଲେ। ଯାହାକୁ ନେଇ ଶିଲା ଏକ ରିପୋର୍ଟ ପ୍ରକାଶ କରିଥିବା କହିଛନ୍ତି। ଖବର ପ୍ରକାଶ ହେବାର କିଛି ସମୟ ପରେ ଆଲାମଜେବଙ୍କ ମୃତ୍ୟୁ ହୋଇଥିଲା ବୋଲି ଶିଲା ପ୍ରକାଶ କରିଛନ୍ତି।

ଏହି ସାକ୍ଷାତକାରର ୨ରୁ ୩ବର୍ଷ ଯାଏଁ ଦାଉଦଙ୍କ ସହ କୌଣସି ସମ୍ପର୍କ ନ ଥିଲା। ତେବେ ୧୯୮୭ମସିହାରେ ଦାଉଦ ଶିଲାଙ୍କୁ ଭେଟିବା ପାଇଁ ଦୁବାଇ ଡକାଇଲେ। ଦାଉଦଙ୍କୁ ଭେଟି ସେ ଡ୍ରଗ୍ସ କାରବାର ବିଷୟରେ ପଚାରିଥିଲେ।
ଦାଉଦଙ୍କୁ ଭେଟିବା ପାଇଁ ତାଙ୍କୁ ବହୁ ଖର୍ଚ୍ଚାନ୍ତ ହେବାକୁ ପଡୁଥିଲା। ଦୁବାଇରେ ଦାଉଦଙ୍କୁ ଭେଟିବା ପାଇଁ ସେତେବେଳେ ସମୟରେ ସେ ୩୫୦୦ଟଙ୍କା ଖର୍ଚ୍ଚ କରିଥିଲେ।

ତେବେ ଏହି ସାକ୍ଷାତକାର ପାଇଁ ଶିଲାଙ୍କୁ ବହୁ ସମସ୍ୟା ହୋଇଥିଲା। ତିନଦିନ ପରେ ସେ ଦାଉଦଙ୍କ ସାକ୍ଷାତକାର ନେଇଥିଲେ। ଏହି ସାକ୍ଷାତକାରକୁ ଟେପ୍‌ ରେକର୍ଡିଂ ନ କରିବାକୁ ଦାଉଦ ମନା କରି ଦେଇଥିଲେ।
ସାକ୍ଷାତକାରରେ ଦାଉଦ ଆଲାମଜେବଙ୍କୁ ହତ୍ୟା କରିଥିବା ସ୍ବୀକାର କରଥିଲେ। ଶିଲା କହିଛନ୍ତି, ଦାଉଦ ହତ୍ୟ ପାଇଁ ଅନୁତାପ କରିଥିଲେ। କିନ୍ତୁ ଆଲାମଜେବଙ୍କୁ ନ ମାରିଥିଲେ ସେ ଦାଉଦଙ୍କୁ ହତ୍ୟା କରିଥା’ନ୍ତେ ବୋଲି ଶିଲାଙ୍କୁ କହିଥିଲେ।
ଶିଲା କହିଛନ୍ତି, ଦାଉଦ ତାଙ୍କୁ ବହୁତ ବିଶ୍ୱାସ କରୁଥିଲା। କାରଣ ସେ ଦାଉଦର ପ୍ରତିଟି ଅପରାଧକୁ ନିରପେକ୍ଷ ଭାବେ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାର୍ଯ୍ୟରେ ଯୋଗଦେଲେ ଜୁନିୟର ଡାକ୍ତର: ଓପିଡି କରିବେ ନାହିଁ, ୭ ଦିନ ପୁଣି ଅପେକ୍ଷା…

କୋଲକାତା,୨୧ା୯: କୋଲକାତାର ଆର୍‌.ଜି. କର ହସ୍ପିଟାଲରେ ମହିଳା ଡାକ୍ତରଙ୍କୁ ବଳତ୍କାର ଓ ହତ୍ୟା ଘଟଣାରେ ନ୍ୟାୟ ଦାବି କରି ୪୨ ଦିନ ହେଲା କାର୍ଯ୍ୟବନ୍ଦ ଆନ୍ଦୋଳନରେ...

ଆମେରିକାରେ ପହଞ୍ଚିଲେ ମୋଦି, ଦେଖାଇଲେ ଭାରତୀୟ ସଂସ୍କୃତି, ହାତଯୋଡି କଲେ ନମସ୍କାର…

ଓ୍ବାଶିଂଟଡ଼୍‌,୨୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦିନ ତିନି ଦିନିଆ ଗସ୍ତରେ ଆମେରିକାରେ ପହଞ୍ଚିଛନ୍ତି। ଆମେରିକାରେ ପିଏମ ମୋଦି କ୍ୱାଡ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ।...

ରାହୁଲଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ : ଆନ୍ଦୋଳନକୁ ଓହ୍ଲାଇବ କଂଗ୍ରେସ…

ଜମ୍ମୁ,୨୧ା୯: ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ପ୍ରତି ଭାଜପା ଏବଂ ଆର୍‌ଏସ୍‌ଏସ୍‌ର ନେତାମାନେ ଅପମାନଜନକ ମନ୍ତବ୍ୟ ଦେଉଛନ୍ତି। ତାଙ୍କୁ ଧମକ ଦିଆଯାଉଛି।...

ଆମେରିକାରେ ଭାରତୀୟ ଦୂତାବାସରେ ଜଣେ ଅଧିକାରୀଙ୍କ ରହସ୍ୟଜନକ ମୃତଦେହ ଉଦ୍ଧାର, ଦେଶରେ ଚହଳ

ଓ୍ବାଶିଂଟନ୍‌,୨୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ତିନି ଦିନିଆ ଆମେରିକା ଗସ୍ତରେ ଅଛନ୍ତି। ଏହି ଗସ୍ତ ସମୟରେ ସେ ବାର୍ଷିକ ‘କ୍ୱାଡ’ ଶିଖର ସମ୍ମିଳନୀରେ ଯୋଗଦେବେ...

ଦିଲ୍ଲୀ ସରକାରର ମନ୍ତ୍ରୀଙ୍କ ମଧ୍ୟରେ ବିଭାଗ ବାଣ୍ଟିଲେ ଆତିଶୀ, ନିଜ ପାଖରେ ରଖିଲେ ଶିକ୍ଷା-ଅର୍ଥ ସମେତ ୧୩ ବିଭାଗ

ନୂଆଦିଲ୍ଲୀ,୨୧।୯: ଦିଲ୍ଲୀ ସରକାର ରେ ଆଜି ନୂଆ ସରକାର ଶପଥ ଗ୍ରହଣ କରିଛନ୍ତି। ଦେଶର ସର୍ବକନିଷ୍ଠ ତଥା ଦିଲ୍ଲୀର ୩ୟ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଆତିଶୀ...

ମିଛ ପ୍ରଚାର କରୁଛି ଭାଜପା, ସତକୁ ସହି ପାରୁନାହିଁ, ମୁହଁ ଖୋଲିଲେ ରାହୁଲ

ନୂଆଦିଲ୍ଲୀ,୨୧।୯: ଲୋକ ସଭାରେ ବିରୋଧୀ ଦଳର ନେତା ତଥା ଉତ୍ତରପ୍ରଦେଶ ରାଏବରେଲିର କଂଗ୍ରେସ ଏମପି ରାହୁଲ ଗାନ୍ଧୀ ଆମେରିକା ଗସ୍ତରେ ଶିଖମାନଙ୍କ ଉପରେ ଦେଇଥିବା ବିବୃତ୍ତି...

ମୋଦି-ଶାହାଙ୍କ ସହ ଭଲ ନ ଥିଲା ଗଡକରୀଙ୍କ ସମ୍ପର୍କ! ଦେଖା ହେବା ପାଇଁ ଘଣ୍ଟାଘଣ୍ଟା ଅପେକ୍ଷା କରାଉଥିଲେ…କହିଦେଲେ ଭିତିରି କଥା

ନୂଆଦିଲ୍ଲୀ,୨୧।୯: ଭାରତର ସଡକ ଏବଂ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ସେ ଖୋଲାଖେଶଲି କହିଛନ୍ତି କି, ଯେତେବେଳେ ସେ...

ଆତିଶୀଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବ ଭାଜପା, କାହିଁକି ଏମିତି କହିଲେ ଭାଜପା ଏମପି

ନୂଆଦିଲ୍ଲୀ,୨୧।୯: ଭାଜପା ଏମପି ମନୋଜ ତିୱାରୀ ଆତିଶୀଙ୍କୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବାରୁ ଅଭିନନ୍ଦନ ଜଣାଇଛନ୍ତି। ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ସେ ରାଜ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri