ମୁମ୍ବାଇ,୫।୭: ଜାତୀୟତାବାଦୀ କଂଗ୍ରେସ ପାର୍ଟି(ଏନସିପି)ର କାର୍ଯ୍ୟକାରୀ ଅଧ୍ୟକ୍ଷ ସୁପ୍ରିୟା ସୁଲେ ପାର୍ଟି ବିଧାୟକ ଏବଂ କର୍ମୀଙ୍କୁ ବୁଧବାର ଶରଦ ପାୱାରଙ୍କ ଦ୍ୱାରା ଡକାଯାଇଥିବା ବୈଠକରେ ଯୋଗଦେବାକୁ ଅନୁରୋଧ କରିଛନ୍ତି। ଅଜିତ ପାୱାରଙ୍କ ନେତୃତ୍ୱରେ ପ୍ରତିଦ୍ୱନ୍ଦ୍ୱୀ ଦଳ ମଧ୍ୟ ଆଜି ସମସ୍ତ ଦଳର ବିଧାୟକଙ୍କ ବୈଠକ ଘୋଷଣା କରିଛନ୍ତି।
ସୁପ୍ରିୟା ସୁଲେ ଏକ ଭିଡିଓରେ କହିଛନ୍ତି, ସମସ୍ତଙ୍କୁ ଅନୁରୋଧ ଯେ ଆପଣ ସମସ୍ତେ ଏହି ବୈଠକରେ ବହୁ ସଂଖ୍ୟାରେ ଯୋଗ ଦିଅନ୍ତୁ। ବର୍ତ୍ତମାନ ପରିସ୍ଥିତିରେ, ୮୩ ବର୍ଷ ବୟସ୍କ ଯୋଦ୍ଧା ଅର୍ଥାତ୍ ଆମର ସମ୍ମାନିତ ପାୱାର ସାହେବ ସମସ୍ତ ପଦାଧିକାରୀ ଏବଂ କାର୍ଯ୍ୟକର୍ତ୍ତାଙ୍କୁ ମାର୍ଗଦର୍ଶନ କରିବାକୁ ଯାଉଛନ୍ତି।