Categories: ଜାତୀୟ

ମୋର ଅସମ୍ମାନ କରନ୍ତୁ କିନ୍ତୁ ବାପାଙ୍କର ନୁହେଁ: ସୁପ୍ରିୟା ସୁଲେ

ମୁମ୍ବାଇ,୫।୭: ମହାରାଷ୍ଟ୍ର ରାଜନୀତିରେ ଚାଲିଥିବା ଉଠା ପକା ମଧ୍ୟରେ ଏନସିପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଏବଂ ସାଂସଦ ସୁପ୍ରିୟା ସୁଲେ ଭାଜପାକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ମୋର ଅସମ୍ମାନ କରନ୍ତୁ କିନ୍ତୁ ବାପା ଶରଦ ପାଓ୍ବାରଙ୍କ ବିରୋଧରେ କିଛି କୁହନ୍ତୁ ନାହିଁ। ଏହି ଯୁଦ୍ଧ କେବଳ ଭାଜପା ସରକାର ବିରୋଧରେ ଆରମ୍ଭ ହୋଇଛି। ଭାଜପା ଦେଶର ଭଷ୍ଟ୍ରାଚାରୀ ଦଳ ଅଟେ।

Share