ତ୍ରାହି ଅଚ୍ୟୁତ ଆଶ୍ରମର ମୁଖ୍ୟ ସୁର ବାବାଙ୍କ ଦେହାନ୍ତ

ଭୁବନେଶ୍ୱର,୭ା୧୨(ବ୍ୟୁରୋ): ରାଜଧାନୀ ଉପକଣ୍ଠ ଝିଇଁଣ୍ଟି ଶାସନ ତ୍ରାହି ଅଚ୍ୟୁୁତ ଆଶ୍ରମର ମୁଖ୍ୟ ସୁର ବାବା ଓରଫ ସୁରେନ୍ଦ୍ର ମିଶ୍ରଙ୍କ ରବିବାର ରାତିରେ ଦେହାନ୍ତ ହୋଇଯାଇଛି। ଦୀର୍ଘ ଦିନ ଧରି ଅସୁସ୍ଥତା ଯୋଗୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିଲେ।

ସୂଚନା ଯୋଗ୍ୟ,୨୦୧୫ ଅଗଷ୍ଟ ମାସରେ ତ୍ରାହି ଅଚ୍ୟୁତ ଆଶ୍ରମର ଆଶ୍ରମାଧୀଶ ସୁର ବାବାଙ୍କ ଯୌନ କାରନାମା ଧରାପଡ଼ିଥିଲା। ପୋଲିସ ଆଶ୍ରମରେ ଚଢ଼ାଉ କରି ବିପୁଳ ଅର୍ଥ ଜବତ କରିବା ସହ ସୁର ବାବା, ତାଙ୍କର ଦୁଇ ପୁଅ ଏବଂ ସହଯୋଗୀମାନଙ୍କୁ ଗିରଫ କରିଥିଲା। ବାବାଙ୍କ ନାମରେ ବିଭିନ୍ନ ମାମଲା ରୁଜୁ ହୋଇଥିଲା।

Share