ଆଉ ବିଧାନସଭାକୁ ବିଧାୟକ ଭାବେ ଆସିବେନି ସୁରେଶ ରାଉତରାୟ

ଭୁବନେଶ୍ୱର,୯/୨: ଆଉ ବିଧାନସଭାକୁ ଆସିବେନି ଜଟଣୀ ବିଧାୟକ ତଥା କଂଗ୍ରେସର ବରିଷ୍ଠ ନେତା ସୁରେଶ ରାଉତରାୟ। ପୂର୍ବରୁ ସେ ଆଉ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିଥିଲେ। ତେବେ ତାଙ୍କର ଦୁଇ ପୁଅ, ଜଣେ ଜଟଣୀ ଓ ଆଉଜଣେ ନିମାପଡାରୁ ନିର୍ବାଚନ ଲଢ଼ିବେ ବୋଲି ମଧ୍ୟ ସେ ଘୋଷଣା କରିଛନ୍ତି।

ଶୁକ୍ରବାର ବିଧାନସଭା ବଜେଟ ଅଧିବେଶନର ଶେଷ ଦିନ। ବିଧାନସଭାକୁ ବିଧାୟକ ଭାବେ ଶେଷଥର ଆସୁଥିଲା ବେଳେ ସୁର ମୁଣ୍ଡିଆ ମାରି ଭିତରକୁ ପ୍ରବେଶ କରିଥିଲେ। ସେହିପରି ବିଧାନସଭାରୁ ବାହାରିବା ସମୟରେ ଭାବବିହ୍ୱଳ ମୁଣ୍ଡିଆ ମାରିଥିଲେ କହିଥିଲେ ଆଉ ଆସିବିନି। ତେବେ ଲୋକଙ୍କ ପାଇଁ କାମ କରୁଥିଲି ଆଗକୁ ମଧ୍ୟ ଏହା ଜାରି ରହିବ।

ଏହି ଅବସରରେ ସୁର କହିଛନ୍ତି ୧୯୭୭ ମସିହାରେ ପ୍ରଥମଥର ବିଧାୟକ ହୋଇ ଆସିବା ପରେ ଜଟଣୀ ଲୋକଙ୍କ ସବୁ ସମୟରେ ପାଇଁ ସ୍ୱର ଉଠାଇ ଆସିଛି । ଅଞ୍ଚଳର ଲୋକଙ୍କ କାମ କରିବାକୁ ବହୁତ ସହଯୋଗ ମିଳିଛି । ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ କଂଗ୍ରେସରେ ରହିବି। ତେବେ ଆଗକୁ ବିଧାନସଭାକୁ ଆସିବିନି ଏଥିପାଇଁ ଦୁଃଖ ଲାଗୁଛି ।

 

Share