କରୋନା ଆକ୍ରାନ୍ତ ହୋଇ ବାହାରେ ବୁଲୁଛନ୍ତି ବିଧାୟକ ସୁର ରାଉତରାୟ

ଭୁବନେଶ୍ୱର, ୧୮।୧୧(ବ୍ୟୁରୋ): କରୋନା ସଂକ୍ରମିତ ହୋଇ ବି ବାହାରେ ବୁଲୁଛନ୍ତି ଜଟଣୀ ବିଧାୟକ ସୁର ରାଉତରାୟ। ବୁଧବାର ସେ କୋଭିଡ ପଜିଟିଭ୍‌ ଥିବା ଜଣାପଡ଼ିଥିଲା। ହେଲେ ଗୁରୁବାର ତାଙ୍କୁ ଜୟଦେବ ଭବନ ନିକଟ ଚା’ ଖଟିରେ ଦେଖିବାକୁ ମିଳିଛି। ନୀଳ ପଞ୍ଜାବୀ ପିନ୍ଧି ବେକରେ ଧଳା ଗାମୁଛା ପକାଇ ସେ ସେଠାକୁ ଆସିଥିଲେ। ଏନେଇ ପଚାରିବାରେ ସେ କହିଛନ୍ତି, ମହତାବ ଜୟନ୍ତୀ ବନ୍ଦ ହୋଇପାରିବ ନାହିଁ। ସେ ଚାଲିଗଲେ ବି ଜୟନ୍ତୀ ପାଳନ କରାଯିବ। ସେଥିପାଇଁ ସେ ଆସିଛନ୍ତି। ତେବେ ସେ ସାମାଜିକ ଦୂରତା ରକ୍ଷା କରୁଛନ୍ତି ବୋଲି ମଧ୍ୟ କହିଛନ୍ତି।

ରାଜ୍ୟ ସରକାରଙ୍କ କରୋନା ଗାଇଡ୍‌ଲାଇନ୍‌ ଅନୁଯାୟୀ ଜଣେ ଆକ୍ରନ୍ତ ଆବଦ୍ଧ କୋଠରୀ ଭିତରେ ରହିବା କଥା। ଏପରିକି ପରିବାର ଲୋକଙ୍କ ସହ ବି ମିଶିବା କଥା ନୁହେଁ। ହେଲେ ସୁର ବାହାରେ ବୁଲୁଛନ୍ତି। ଏଣୁ ସେ ସୁପରସ୍ପ୍ରେଡର ହୋଇପାରନ୍ତି ବୋଲି ଆଶଙ୍କା କରାଯାଉଛି। ଏଭଳି କ୍ଷେତ୍ରରେ ବିଏମ୍‌ସି କ’ଣ କରୁଛି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି।

Share