ଚିଠି ଲେଖିଲେ ସୁର, କହିଲେ ଭୁବନେଶ୍ୱରରେ କରିବିନି ପ୍ରଚାର

ଭୁବନେଶ୍ୱର,୯।୪: ସାନପୁଅ ପାଇଁ ସୁର ଏବେ ଅଡୁଆରେ ଅଛନ୍ତି। ଏଭଳି ପରିସ୍ଥିତିରେ କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟଙ୍କୁ ଦଳ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି। ତେବେ ଉତ୍ତରରେ ଦୁଇଟି ଚିଠି ଲେଖି ପିସିସି ସଭାପତି ଓ ଶୃଙ୍ଖଳା କମିଟି ଅଧ୍ୟକ୍ଷଙ୍କୁ ସ୍ପଷ୍ଟୀକରଣ ଦେଇଛନ୍ତି । କହିଛନ୍ତି, ଦଳର ନିୟମ ଭାଙ୍ଗିନାହାନ୍ତି। ଭୁବନେଶ୍ବର ସଂସୀଦୟ କ୍ଷେତ୍ରରେ ପ୍ରଚାର କରିବେନି। ଅନ୍ୟପଟେ ଯିଏ ନିୟମ ନ ମାନିବ ତାଙ୍କ ବିରୋଧରେ ଏଆଇସିସି କାର୍ଯ୍ୟାନୁଷ୍ଠାନ ନେବ ବୋଲି ପିସିସି ସଭାପତି କହିଛନ୍ତି। କଂଗ୍ରେସ ଭବନକୁ ଦୁଇଟି ଚିଠି ନେଇ ସୁର ପହଞ୍ଚିଥିଲେ । କିନ୍ତୁ ପିସିସି ସଭାପତି ଅନୁପସ୍ଥିତ ଥିବାରୁ ସେ ତାଙ୍କ ସ୍ପଷ୍ଟୀକରଣ ଚିଠି ବରିଷ୍ଠ କର୍ମଚାରୀଙ୍କୁ ଦେଇଥିଲେ । ସୁର କହିଛନ୍ତି, ମୁଁ ଅନ୍ୟ ଦଳ ପାଇଁ ପ୍ରଚାର କରିନାହିଁ। ମରିବା ପର୍ଯ୍ୟନ୍ତ କଂଗ୍ରେସରେ ହିଁ ରହିବି।

Share