ଭୁବନେଶ୍ୱରରେ କରୋନା ସ୍ଥିତି ସାଂଘାତିକ

ଭୁବନେଶ୍ୱର,୧୯।୭(ବ୍ୟୁରୋ): କରୋନା ଗୋଷ୍ଠୀ ସଂକ୍ରମଣ ଆଶଙ୍କା ନେଇ ପ୍ରତିକ୍ରିୟା ରଖିଛନ୍ତି ଜଟଣୀ ବିଧାୟକ ତଥା କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ। ସେ କହିଛନ୍ତି, କରୋନା ସଂକ୍ରମଣ ନ ବ୍ୟାପିବା ଲାଗି ସରକାର ଠିକ୍‌ ପରିଚାଳନା କରିପାରୁନାହାନ୍ତି। ଭୁବନେଶ୍ୱରରେ ସ୍ଥିତି ସାଂଘାତିକ। ନମୁନା ପରୀକ୍ଷଣ ପାଇଁ ମାତ୍ର ୨ରୁ ୩ଟି ଡାକ୍ତରଖାନାକୁ କିଟ୍‌ ଯୋଗାଉଛନ୍ତି। ଉକ୍ତ ହସ୍ପିଟାଲ କର୍ତ୍ତୃପକ୍ଷ ଲୋକଙ୍କ ଟଙ୍କା ଖାଇ ଯାଉଛନ୍ତି। ୧୫ ହଜାର ଟେଷ୍ଟ ହେବ କହୁଥିଲେ, ଏବେ ୧୫ଶହ ହୋଇପାରୁ ନାହିଁ। ପ୍ରତିଦିନ ୫୦ ଆକ୍ରାନ୍ତ ବାହାରିଲେ ଶହେ ଭଲ ହେଉଛନ୍ତି। ଯଦି ଏତେ ଭଲ ହେଉଛନ୍ତି ତେବେ ଲକ୍‌ଡାଉନ୍‌ କାହିଁକି କରାଯାଇଛି ବୋଲି ସୁର କହିଛନ୍ତି।

Share