ଭୁବନେଶ୍ୱର,୩।୭: ବରିଷ୍ଠ ନେତା ସୁରେଶ ରାଉତରାୟ ଓରଫ ସୁରଙ୍କର କଂଗ୍ରେସ ମୋହ ଛାଡିନି। ସେ କଂଗ୍ରେସ ଭବନକୁ ମନ୍ଦିର ସହ ତୁଳନା କରିବା ସହ ଆସନ୍ତା ୫ ତାରିଖରେ ଧସେଇ ପଶି ପୁଣି ଥରେ ଭବନର ଗାରିମା ଫେରାଇ ଆଣିବାକୁ ଉଦ୍ୟମ କରିବେ ବୋଲି ଜଣାପଡିଛି। ଏନେଇ ସୁର ଯୋଜନା ପ୍ରସ୍ତୁତ କରିଛନ୍ତି । ଯୋଜନା ସଫଳ ହେଲେ ସୁର ପୁଣି କଂଗ୍ରେସକୁ ଫେରିବେ ବୋଲି ଆଶା ରଖିଛନ୍ତି । ୨୦୨୪ ନିର୍ବାଚନରେ ବିଜେଡି ପାଇଁ ପ୍ରଚାର କରିବା ଅଭିଯୋଗରେ ତାଙ୍କୁ କଂଗ୍ରେସରୁ ନିଲମ୍ବନ କରାଯାଇଥିଲା।
ଅନ୍ୟପଟେ, ଆସନ୍ତା ୬ ତାରିଖରେ କଂଗ୍ରେସ ଓ ପ୍ରଭାରୀ ଅଜୟ କୁମାର ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି ।