ଅଙ୍ଗଦାନ କରିଥିବା ୩ ମହିଳାଙ୍କ ପରିବାରକୁ ସୁରଜ ସମ୍ମାନ

ଭୁବନେଶ୍ୱର,୧୩।୮(ବ୍ୟୁରୋ)-ଅଙ୍ଗଦାନ କରିଥିବା ୩ ମହିଳାଙ୍କ ପରିବାରକୁ ମିଳିଛି ସୁରଜ ସମ୍ମାନ। ଗୁରୁବାର ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଙ୍ଗଦାନ କରିଥିବା ମହିଳାଙ୍କ ପରିବାରଙ୍କୁ ସୂରଜ ସମ୍ମାନ ପ୍ରଦାନ କରିଛନ୍ତି। ଅଙ୍ଗଦାତା ବ୍ରହ୍ମପୁରର ପ୍ରିୟଙ୍କା ପାତ୍ର, ଭୁବନେଶ୍ୱରର ସୁଚିତ୍ରା ଦାସ ଓ ପୁରୀର ରାଜଲକ୍ଷ୍ମୀ ଦାସଙ୍କ ପରିବାରକୁ ମରଣୋତ୍ତର ସୂରଜ ସମ୍ମାନ ସହ ୫ଲକ୍ଷ ଟଙ୍କା ଲେଖାଏ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ସମୟରେ ମୁଖ୍ୟମନ୍ତ୍ରୀ ଅଙ୍ଗଦାନ କରିଥିବା ବ୍ୟକ୍ତି ଓ ତାଙ୍କ ପରିବାରକୁ ପ୍ରଶଂସା କରିଛନ୍ତି।

Share