ଗୁରୁଦ୍ୱାରରେ ସୁରଜ

ମୁମ୍ବାଇ: ୨୦୧୩ରେ ଘଟିଥିବା ଅଭିନେତ୍ରୀ ଜିଆ ଖାନ୍‌ ଆତ୍ମହତ୍ୟା ମାମଲାରେ ଫସିଥିବା ଅଭିନେତା ସୁରଜ ପାଞ୍ଚୋଲିଙ୍କୁ ନିକଟରେ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ତେବେ ସେ ମୁକୁଳିବା ପରେ ବୁଧବାର ଦିଲ୍ଲୀର ଗୁରୁଦ୍ୱାର ବଙ୍ଗଲା ସାହିବଠାରେ ପହଞ୍ଚି ସେଠାରେ ହଳଦିଆ କପଡ଼ା ମୁଣ୍ଡରେ ବାନ୍ଧି ହାତ ଯୋଡ଼ିଥିବା ଦେଖିବାକୁ ମିଳିଛି। ଏହାର ଫଟୋ ସେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ଏଥିସହ ସେ ମୁମ୍ବାଇର ସିଦ୍ଧେଶ୍ୱର ମନ୍ଦିରକୁ ଯାଇ ସେଠାରେ ଠାକୁରଙ୍କ ଆଶୀର୍ବାଦ ନେଇଥିବା ଜଣାପଡ଼ିଛି। ୧୦ ବର୍ଷ ପରେ ତାଙ୍କୁ ଦୋଷମୁକ୍ତ ଘୋଷଣା କରାଯିବା ପରେ ସେ ଟିକେ ଆଶ୍ୱସ୍ତ ମନେକରି ମନ୍ଦିର ଦର୍ଶନ କରୁଛନ୍ତି। ତାଙ୍କର ଏହି ୧୦ ବର୍ଷ ବହୁତ କଷ୍ଟରେ ବିତିଥିବାବେଳେ ସବୁ ରାତି ଅନିଦ୍ରା ରହିଥିବା କହିଛନ୍ତି। ସେ ଏତେ ବର୍ଷ ପରେ ତାଙ୍କ ପରିବାରକୁ ଫେରି ପାଇଛନ୍ତି, ଯାହା ତାଙ୍କ ପାଇଁ ସବୁଠୁ ଅଧିକ ଖୁସିର କଥା ବୋଲି ସେ କହିଛନ୍ତି।

Share