ଅହମ୍ମଦାବାଦ,୧୧।୮: ଗୁଜରାଟ ହାଇକୋର୍ଟ ଶୁକ୍ରବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଏବଂ ଏଏପି ନେତା ସଞ୍ଜୟ ସିଙ୍କୁ ଏକ ବଡ଼ ଝଟକା ଦେଇଛନ୍ତି। ହାଇକୋର୍ଟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ ଏବଂ ସଞ୍ଜୟ ସିଂଙ୍କ ଅପରାଧିକ ମାନହାନି ମକଦ୍ଦମା ମାମଲାରେ ଅନ୍ତରୀଣ ରୋକ ଲଭାଇବା ଆବେଦନକୁ ଖାରଜ କରିଦେଇଛନ୍ତି।
ଜଷ୍ଟିସ ସମୀର ଜେ ଦାବେଙ୍କ ଏକ ବେଞ୍ଚ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡିଗ୍ରୀକୁ ନେଇ ଗୁଜରାଟ ବିଶ୍ୱବିଦ୍ୟାଳୟ ଦ୍ୱାରା ଦାଖଲ ହୋଇଥିବା ଅପରାଧିକ ମାନହାନୀ ମାମଲାରେ ମେଟ୍ରୋପଲିଟନ ଅଦାଲତ ଦ୍ୱାରା ଅନ୍ତରୀଣ ରୋକ ଲଗାଇବା ଆବେଦନକୁ ଖାରଜ କରିଦେଇଛି। ଅରବିନ୍ଦ କେଜ୍ରିଓ୍ବାଲଙ୍କ ଓକିଲ ତଥା ପିପି ମିତେଶ ଅମିନଙ୍କ ଯୁକ୍ତି ଶୁଣିବା ପରେ ଶୁକ୍ରବାର ଏହି ବେଞ୍ଚ ଏହି ନିର୍ଦ୍ଦେଶ ଦେଇଛନ୍ତି।