Categories: ଜାତୀୟ

ଦୀପାବଳି ଉପହାର ଇଲେକଟ୍ରିକ୍ ବାଇକ

ସୁରଟ,୫ ।୧୧: ଗୁଜରାଟ ସୁରଟର ଏକ କମ୍ପାନୀ ଦୀପାବଳି ଉପହାର ଭାବେ ତା’ର କର୍ମଚାରୀଙ୍କୁ ଇଲେକ୍ଟ୍ରିକ୍ ସ୍କୁଟର ଭେଟି ଦେଇଥିବା ଜଣାପଡିଛି । ୩୫ ଜଣ କର୍ମଚାରୀଙ୍କୁ ଏହି ଉପହାର ମିଳିଛି । କମ୍ପାନୀର ନିର୍ଦ୍ଦେଶକ ସୁବାଷ ଦାୱର କୁହନ୍ତି ବଢି ଚାଲିଥିବା ତୈଳ ଦରକୁ ଦେଖି ଆମେ କର୍ମଚାରୀଙ୍କୁ ଇଲେକଟ୍ରିକ୍ ସ୍କୁଟର ଉପହାର ଦେବାକୁ ଚିନ୍ତା କରିଥିଲୁ । ଏହାଦ୍ୱାରା ଜଣେ ବ୍ୟକ୍ତି ଉପରେ ଖର୍ଚ୍ଚର ବୋଝ ପଡିବ ନାହିଁ ଓ ପରିବେଶ ବି ପ୍ରଦୂଷିତ ହେବ ନାହିଁ । ସୁବାଷ କୁହନ୍ତି ପରିବେଶକୁ ସୁସ୍ଥ ରଖିବା ମୋର ଏକ ସୌକ । ଏଥିପାଇଁ ଗଛ ଲଗାଇବାଠାରୁ ଆରମ୍ଭ କରି ମୁଁ ବିଭିନ୍ନ ପ୍ରକାର କାର୍ଯ୍ୟ କରିଥାଏ । ତେଣୁ ଏଥର ମୋ କର୍ମଚାରୀଙ୍କୁ ଇଲେକ୍ଟ୍ରିକ ସ୍କୁଟର ଦେଇ ମୁଁ ଖୁସି ବୋଲି ସେ କହିଛନ୍ତି ।

Share