Categories: ଜାତୀୟ

ନିର୍ବାଚନ ଇତିହାସରେ ପ୍ରଥମ: ଫଳାଫଳ ପୂର୍ବରୁ ଭାଜପା ହାତରେ ବିଜୟର ହୀରା

ନୂଆଦିଲ୍ଲୀ,୪।୬: ୨୦୨୪ର ଲୋକ ସଭା ନିର୍ବାଚନରେ ଗୁଜରାଟର ସୁରଟ ଲୋକ ସଭା ଆସନ ହେଉଛି ଏକମାତ୍ର ଆସନ ଯେଉଁଠାରେ ନିର୍ବାଚନ ପୂର୍ବରୁ ଫଳାଫଳ ଘୋଷଣା ହୋଇଯାଇଛି। ପରିସ୍ଥିତି ଏପରି ହୋଇଛି ଯେ ନିର୍ବାଚନ କରିବାର କୌଣସି ଆବଶ୍ୟକତା ନ ଥିଲା ଏବଂ ଭାଜପା ପ୍ରାର୍ଥୀ ମୁକେଶ ଦଲାଲଙ୍କୁ ନିର୍ଦ୍ୱନ୍ଦରେ ନିର୍ବାଚିତ ଘୋଷଣା କରାଯାଇଛି।

ଗୁଜରାଟର ନିର୍ବାଚନ ଇତିହାସରେ ଏହା ପ୍ରଥମ ଥର ପାଇଁ ଘଟିଛି। ଏହି ଆସନ ପାଇଁ ଭାଜପାର ମୁକେଶ ଦଲାଲଙ୍କ ସମେତ ମୋଟ ୧୧ଜଣ ପ୍ରାର୍ଥୀ ଲଢୁଥିଲେ। ଏହି ସମସ୍ତ ପ୍ରାର୍ଥୀ ମଧ୍ୟ ନାମାଙ୍କନ ଦାଖଲ କରିଥିଲେ, କିନ୍ତୁ ନାମାଙ୍କନ ପ୍ରତ୍ୟାହାର ଦିନ ନଅ ଜଣ ପ୍ରାର୍ଥୀ ସେମାନଙ୍କ ନାମାଙ୍କନ ପ୍ରତ୍ୟାହାର କରିଥିଲେ। ବୈଷୟିକ କାରଣରୁ କଂଗ୍ରେସ ପାର୍ଟି ପ୍ରାର୍ଥୀ ନୀଳେଶ କୁମ୍ବାନୀଙ୍କ ନାମାଙ୍କନ ପ୍ରତ୍ୟାଖ୍ୟାନ କରାଯାଇଥିଲା। ଯାହା ପରେ ମୁକେଶ ମଇସାନରେ ଏକାକୀ ଲଢୁଥିଲେ।

Share