ସୁରତ,୧।୧୧- ସୁରତର ଲୋକ ପର୍ବ ଚାନ୍ଦି ପାଦଭୋକୁ ନଜରରେ ରଖି ସୁରତ ସହରର ଏକ ମିଠା ଦୋକାନରେ ନିଆରା ମିଠା ପ୍ରସ୍ତୁତ କରାଯାଇଛି। ଏହି ମିଠାର ନାମ ରହିଛି ଗୋଲ୍ଡ ଘାରି। ଆଗକୁ ଏହି ପର୍ବ ଆସୁଥିବାରୁ ଦୃଷ୍ଟିରେ ରଖି ଏହି ମିଠାକୁ ପ୍ରସ୍ତୁତ କରାଯାଇଛି। ତେବେ ଏହି ମିଠାର କିଲୋ ପ୍ରତି ଦାମ ରହିଛି ୯୦୦୦ ଟଙ୍କା। ଲୋକାଲରେ କି.ଲୋ ପ୍ରତି ୬୬୦ରୁ ୮୨୦ ଟଙ୍କା ବିକ୍ରି ହୋଇଥାଏ ବୋଲି ମିଠା ଦୋକାନୀ ମାଲିକ କହିଛନ୍ତି।