୭ ବର୍ଷ ହେଲାଣି ଏହି ବ୍ୟବସାୟୀଙ୍କୁ ଡେଟ୍‌ କରୁଛନ୍ତି ସୁରଭି; ଏକଦା ‘ଇସ୍କବାଜ୍‌’ ଛାଡ଼ିବାକୁ ନେଇ…

ବମ୍ବେ: ଟେଲି ଅଭିନେତ୍ରୀ ସୁରଭି ଚନ୍ଦନାଙ୍କ ଆଜି ହାପି ବର୍ଥ ଡେ। ଏହାକୁ ନେଇ ପ୍ରଶଂସକଙ୍କଠାରୁ ଆରମ୍ଭ କରି ସାଥୀ କଳାକାରଙ୍କ ତରଫରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି। ତେବେ ବିଜ୍ଞାପନରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ ସେ। ଅନେକ ଛୋଟମୋଟ ଚରିତ୍ରରେ ଅଭିନୟ କରିବା ପରେ ‘ଇସ୍କବାଜ୍‌’ରେ ସେ ନଜର ଆସିଥିଲେ। ଏହା ତାଙ୍କୁ ଲୋକପ୍ରିୟ କରିଥିଲା।

ପଞ୍ଜାବୀ ପରିବାରରେ ସୁରଭିଙ୍କ ଜନ୍ମ। ୨୦୦୯ରେ ଲୋକପ୍ରିୟ ଟେଲି ଧାରାବାହିକ ‘ତାରକ୍‌ ମେହେଟ୍ଟା କା ଉଲ୍‌ଟା ଚଷମା’ରୁ ସେ ଡେବ୍ୟୁ କରିଥିଲେ। ଏହାପରେ ସେ ‘ଏକ ନଣନ୍ଦ କି ଖୁସିଓ କି ଚାବି…ମେରି ଭାବି(୨୦୧୫), କୁବୁଲ ହୈ(୨୦୧୫)ରେ କାମ କରିଥିଲେ। ହେଲେ ଅଭିନେତା ନକୁଲ ମେହେତାଙ୍କ ବିପକ୍ଷରେ ‘ଇସ୍କବାଜ୍‌’ରେ ତାଙ୍କ ଅଭିନୟକୁ ପ୍ରଶଂସକ ବେଶ ପସନ୍ଦ କରିଥିଲେ। ଏହାଛଡ଼ା ସେ ଫିଲ୍ମ ‘ବବି ଜାସୁସ୍‌’ରେ ବି ନଜର ଆସିଛନ୍ତି।

୨୦୧୮ରେ ‘ଇସ୍କବାଜ୍‌’ ଶୋ’ ଛାଡ଼ିଥିଲେ ସୁରଭି। ପ୍ରଶଂସକ ଏହାକୁ ବିରୋଧ କରିଥିଲେ। ଯଦି ସୁରଭି ନାହାନ୍ତି ତେବେ ଶୋ’କୁ ବନ୍ଦ କରିଦେବା ଉଚିତ ବୋଲି ସେମାନେ ଜିଦ୍‌ ଧରି ବସିଥିଲେ।

ବ୍ୟକ୍ତିଗତ ଜୀବନ ଦେଖିଲେ ସେ ଏବେ ବ୍ୟବସାୟୀ କରନ୍‌ ଶର୍ମାଙ୍କୁ ଡେଟ୍‌ କରୁଛନ୍ତି। ୨୦୧୪ରୁ ସେ ତାଙ୍କ ସହ ରିଲେସନଶିପ୍‌ରେ ଅଛନ୍ତି। ଉଭୟ ଏକାଠି ହୋଇ ବୁଲିବା ଏବଂ ପାର୍ଟି କରୁଥିବା ଦେଖିବାକୁ ମିଳେ। ନିଜର ସୋସିଆଲ ଆକାଉଣ୍ଟରେ କରନ୍‌ଙ୍କ ସହ ସେ ନିଜର ଫଟୋ ମଧ୍ୟ ଶେୟାର କରିଥାନ୍ତି।

Share