ସୁରେଶ ମହାପାତ୍ରଙ୍କୁ ନୂଆ ଦାୟିତ୍ୱ: ଓଇଆର୍‌ସି ଚେୟାରମ୍ୟାନ୍‌ ଭାବେ ନିଯୁକ୍ତ କଲେ ରାଜ୍ୟ ସରକାର

ଭୁବନେଶ୍ୱର,୨୬।୨(ବ୍ୟୁରୋ): ଓଡ଼ିଶା ଇଲେକ୍ଟ୍ରିସିଟି ରେଗୁଲେଟୋରୀ କମିଶନ(ଓଇଆର୍‌ସି) ଚେୟାରମ୍ୟାନ୍‌ ହେବେ ସୁରେଶ ମହାପାତ୍ର। ରବିବାର ତାଙ୍କର ନୂଆ ନିଯୁକ୍ତି ନେଇ ଶକ୍ତି ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଆଇଏସ୍‌ ଅଫିସର ସୁରେଶ ଏବେ ରାଜ୍ୟର ମୁଖ୍ୟ ଶାସନ ସଚିବ ଅଛନ୍ତି। ଚଳିତ ମାସ ୨୮ ତାରିଖରେ ସେ ଅବସର ନେବେ। ଏହା ପୂର୍ବରୁ ରାଜ୍ୟ ସରକାର ତାଙ୍କୁ ଥଇଥାନ କରିଛନ୍ତି। ତେବେ ରାଜ୍ୟ ସରକାର ମୁଖ୍ୟ ଶାସନ ସଚିବ ଭାବେ ଦୁଇଥର ୬ ମାସ ଲେଖାଏ ତାଙ୍କ କାର୍ଯ୍ୟକାଳ ଅବଧିକୁ ବଢ଼ାଇଥିଲେ। ହେଲେ ପ୍ରଦୀପ କୁମାର ଜେନାଙ୍କୁ ମୁଖ୍ୟ ଶାସନ ସଚିବ ଭାବେ ସରକାର ନିଯୁକ୍ତ ଦେବା ପରେ ସୁରେଶଙ୍କୁ ଓଇଆର୍‌ସି ଚେୟାରମ୍ୟାନ ଭାବେ ନିଯୁକ୍ତ କରାଯାଇଛି।

Share