ସୁରେଶ ମହାପାତ୍ର ହେଲେ ସିଏମ୍‌ଓ ମୁଖ୍ୟ ପରାମର୍ଶଦାତା

ଭୁବନେଶ୍ୱର,୧୭।୧୧(ଅନୀଲ ଦାସ): ପୂର୍ବତନ ମୁଖ୍ୟ ଶାସନସଚିବ ଏବଂ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆର୍‌ସି)ର ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ନୂତନ ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତି ଦିଆଯାଇଛି। ଏହି ନିଯୁକ୍ତି ପାଇବା ପରେ ସେ ଓଇଆର୍‌ସି ଅଧ୍ୟକ୍ଷ ପଦରୁ ଶୁକ୍ରବାର ଇସ୍ତଫା ଦେଇଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ପଦରୁ ପୂର୍ବତନ ଆଇଏଏସ୍‌ ଅଫିସର ଆର୍‌. ବାଳକ୍ରିଷ୍ଣନଙ୍କୁ ଅବ୍ୟାହତି ଦିଆଯାଇଛି। ସେହିଭଳି ପୂର୍ବତନ ମୁଖ୍ୟ ଶାସନସଚିବ ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ(ଡବ୍ଲ୍ୟୁଓଡିସି) ଅଧ୍ୟକ୍ଷ ଅସୀତ ତ୍ରିପାଠୀଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ପ୍ରମୁଖ ପରାମର୍ଶଦାତା ପଦବୀରୁ ମୁକ୍ତ ଦିଆଯାଇଛି।

Share