Categories: ଖେଳ

ପୁଣି ଥରେ ଚୌକା-ଛକା ମାରୁଥିବା ନଜର ଆସିବେ ରାଇନା, ଏହି ପ୍ରମୁଖ ଟୁର୍ନାମେଣ୍ଟରେ…

ନୂଆଦିଲ୍ଲୀ,୫।୩: ଭାରତୀୟ ଦଳର ପୂର୍ବତନ ଅଲରାଉଣ୍ଡର ସୁରେଶ ରାଇନା ଲିଜେଣ୍ଡ୍ସ ଲିଗ୍‌(ଏଲ୍‌ଏଲ୍‌ସି) କ୍ରିକେଟ୍‌ରେ ଅଂଶଗ୍ରହଣ କରିବାକୁ ନିଶ୍ଚିତ କରିଛନ୍ତି। ମାର୍ଚ୍ଚ ୧୦ରେ ଦୋହାରେ ଏଲ୍‌ଏଲ୍‌ସି ୨୦୨୩ର ଆରମ୍ଭ ହେବ। ଦେଶର ପ୍ରତିନିଧିତ୍ୱ କରିବା ସର୍ବଦା ତାଙ୍କ ପାଇଁ ଗୌରବର ବିଷୟ ବୋଲି ଭାରତ ପାଇଁ ୭୮ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ୧୬୦୫ ରନ ସ୍କୋର କରିଥିବା ରାଇନା କହିଛନ୍ତି।

ଏଲଏସି ପ୍ରେସ ବିଜ୍ଞପ୍ତିରେ ରାଇନା କହିଛନ୍ତି, ମୁଁ ଲିଜେଣ୍ଡ୍ସ ଲିଗ୍‌ କ୍ରିକେଟ ମାଷ୍ଟର୍ସରେ ଭାଗ ନେବା ଉପରେ ଧ୍ୟାନ ଦେଉଛି। ଫର୍ମାଟ ଏପରି ଯେ ପୁନର୍ବାର ଭାରତକୁ ପ୍ରତିନିଧିତ୍ୱ କରିବାକୁ ସୁଯୋଗ ମିଳିବ। ନିଜ ଦେଶକୁ ପ୍ରତିନିଧିତ୍ୱ କରିବା ସର୍ବଦା ଗୌରବର ବିଷୟ। ଆମେ ଏଥର ଟ୍ରଫିକୁ ଘରକୁ ଆଣିବାକୁ ଚେଷ୍ଟା କରିବୁ।

ସେହିଭଳି ଲିଗ୍‌ କ୍ରିକେଟର ସିଇଓ ତଥା ସହ-ପ୍ରତିଷ୍ଠାତା ରମଣ ରାହେଜା କହିଛନ୍ତି, ଏହି ସିଜିନ ପାଇଁ ଆମେ ୨୦ ଜଣ ନୂତନ ବରିଷ୍ଠ ଖେଳାଳି ଯୋଡିଛୁ। ଏହି ଲିଗ୍‌ କ୍ରିକେଟ ପାଇଁ ଆମେ ରାଇନା ଏବଂ ହରଭଜନ ସିଂଙ୍କୁ ସ୍ବାଗତ କରୁଛୁ।

Share