Categories: ଖେଳ

ଆଇପିଏଲ୍‌ ପୂର୍ବରୁ ବନ୍ଧୁତାର ଫଟୋ ଶେୟାର କରି ଭାବପ୍ରବଣ ହେଲେ ସୁରେଶ ରାଇନା

ଏପ୍ରିଲ ୯ରୁ ଆଇପିଏଲ୍‌ର ୧୪ତମ ସିଜିନ୍‌ ଆରମ୍ଭ ହେଉଛି। ପ୍ରଥମ ମ୍ୟାଚ୍‌ ମୁମ୍ବାଇ ଇଣ୍ଡିଆନ୍ସ ଏବଂ କୋଲକତା ନାଇଟ୍‌ ରାଇଡର୍ସ ମଧ୍ୟରେ ଖେଳାଯିବ। ଏପ୍ରିଲ ୧୦ରେ ଚେନ୍ନାଇ ସୁପର କିଙ୍ଗ୍ସ ନିଜର ପ୍ରଥମ ମ୍ୟାଚ୍‌ ଦିଲ୍ଲୀ କ୍ୟାପିଟାଲ୍ସ ସହ ଖେଳିବ। ଗତ ସିଜିନ୍‌ରେ ଖରାପ ପ୍ରଦର୍ଶନ କରିଥିବା ସିଏସ୍‌କେ ଏଥର ଭଲ ପ୍ରଦର୍ଶନ କରିବାକୁ ଆଶାବାଦୀ ଅଛି। ଏଥର ଦଳ ପସ୍ତିତି ଆରମ୍ଭ କରିଦେଇଛି। ପ୍ରସ୍ତୁତି ଭିତରେ ଦୁଇ ପୁରୁଣା ବନ୍ଧୁ ମହେନ୍ଦ୍ର ସିଂ ଧୋନୀ ଏବଂ ସୁରେଶ ରାଇନାଙ୍କ ଏକ ଫଟୋ ସାମ୍ନାକୁ ଆସିଛି। ସୁରେଶ ରାଇନା ନିଜ ଅଫିସିଆଲ ଇନ୍‌ଷ୍ଟାଗ୍ରାମରେ ଏହି ଫଟୋ ଶେୟାର କରିଛନ୍ତି। କ୍ୟାପଶନ୍‌ରେ ସେ ଲେଖିଛନ୍ତି, ଆଖିରେ ଆଖିରେ ସବୁବେଳେ ନୁହେଁ, କିନ୍ତୁ ହୃଦୟକୁ ହୃଦୟ ସବୁବେଳେ ମିଳେ। ଏହା ଦେଖି ସେ ଏକ ହାର୍ଟ ଇମୋଜି ଦେଇଥିଲେ। ଏଥିରୁ ଧୋନୀ ଏବଂ ରାଇନାଙ୍କ ମଧ୍ୟରେ ନୀବିଡ ସମ୍ପର୍କ ବୁଝା ପଡେ। ଏହି ଫଟୋକୁ ଦର୍ଶକ ବେଶ୍‌ ପସନ୍ଦ କରିଛନ୍ତି। ସୂଚନାଯୋଗ୍ୟ, ଗତ ସିଜିନ୍‌ରେ କରୋନା ଯୋଗୁ ରାଇନା ଆିପିଏଲ୍‌ରୁ ଓହରି ଯାଇଥିଲେ। ଏହାକୁ ନେଇ ବିବାଦ ଦେଖଯାଇଥିଲା।

Share