ଭାରତୀୟ ଦଳର ପୂର୍ବତନ କ୍ରିକେଟର ସୁରେଶ ରାଇନା ନିକଟରେ ସ୍ତ୍ରୀ ପ୍ରିୟଙ୍କା ଚୌଧୁରୀଙ୍କ ସହ ଦି କପିଲ ଶର୍ମା ଶୋ’ରେ ଯୋଗ ଦେଇଥିଲେ। କମେଡି କିଙ୍ଗ୍ କପିଲ ଶର୍ମା ସବୁଥର ପରି ଶୋ ସମୟରେ ଅନେକ ମଜାଦାର କଥା କହିବା ସହ ରାଇନାଙ୍କୁ ମଧ୍ୟ ଏପରି କିଛି ପ୍ରଶ୍ନ ପଚାରିଥିଲେ ଯାହା ପ୍ରଶଂସକମାନେ ସର୍ବଦା ଜାଣିବାକୁ ଚାହାଁନ୍ତି। ଶୋ’ରେ ଅଭିନେତ୍ରୀ ଅର୍ଚ୍ଚନା ପୁରନ ସିଂ ମଧ୍ୟ ଅତିଥି ଭାବରେ ଉପସ୍ଥିତ ଥିଲେ ଏବଂ ସେ ସୁରେଶ ରାଇନାଙ୍କୁ ଆଇପିଏଲ ଚିୟରଲିଡର୍ସଙ୍କ ଉପରେ ଏକ ମଜାଦାର ପ୍ରଶ୍ନ ପଚାରିଥିଲେ। ଆଇପିଏଲ ସମୟରେ କେଉଁ ଖେଳାଳିଙ୍କ ଧ୍ୟାନ ଚିୟରଲିଡର୍ସଙ୍କ ଥାଏ ବୋଲି ରାଇନାଙ୍କୁ ଅର୍ଚ୍ଚନା ପୁରାଣ ସିଂ ପ୍ରଶ୍ନ କରିଥିଲେ। ଏହା ଉପରେ ରାଇନା କହିଥିଲେ ଚିୟରଲିଡର୍ସ ଟିଭି ଦର୍ଶକଙ୍କ ମନୋରଞ୍ଜନ ଦେବା ପାଇଁ ଥାନ୍ତି। ଖେଳାଳିମାନେ ସେମାନଙ୍କୁ ଦେଖି ନ ଥାନ୍ତି, କାରଣ ଆମର ଧ୍ୟାନ ଖେଳ ଉପରେ ଥାଏ। ଅବଶ୍ୟ ପରେ ବେଳେବେଳେ ସେମାନଙ୍କୁ ଟିଭିରେ ଟିଭିରେ ଦେଖୁଥିଲୁ ବୋଲି ମଜାଦାର ଢଙ୍ଗରେ ସେ କହିଥିଲେ। ରାଇନାଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ୟୁଟ୍ୟୁବରେ ଏହାକୁ ୩୦ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି।