Advertisement
Categories: ଖେଳ

ସ୍ତ୍ରୀ-ପିଲାଙ୍କ ନାମରେ ଟାଟୁ କରି ରାଇନା ଟ୍ରୋଲ: ପ୍ରଶଂସକ କରୁଛନ୍ତି ଏଭଳି ପ୍ରଶ୍ନ

ନୂଆଦିଲ୍ଲୀ,୧୧।୮: ୟୁଏଇରେ ସେପ୍ଟେମ୍ବର ୧୯ଠାରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ୍‌। ଏହାକୁ ନେଇ ସମସ୍ତ ଖେଳାଳି ପ୍ରସ୍ତୁତି ଆରମ୍ଭ କଲେଣି। ଏସବୁ ମଧ୍ୟରେ ଭାରତୀୟ କ୍ରିକେଟର ସୁରେଶ ରାଇନା ହାତରେ କରିଥିବା ଏକ ଟାଟୁର ଫଟୋ ଶେୟାର କରି ଟ୍ରୋଲ ହୋଇଛନ୍ତି।

ରାଇନା ନିଜର ଉଭୟ ହାତରେ ସ୍ତ୍ରୀ ପ୍ରିୟଙ୍କା ଏବଂ ଦୁଇ ପିଲା ଗ୍ରେସିଆ ଏବଂ ରିୟୋଙ୍କ ନାମ ଟାଟୁ କରି ଲେଖିଛନ୍ତି। ଏହାକୁ ଶେୟାର କରି ଏମାନେ ତାଙ୍କୁ ଜିଇଁବାର କାରଣ ଦେଉଥିବା ସେ କହିଥିଲେ। ହେଲେ ପ୍ରଶଂସକମାନେ କଥାକୁ ଗ୍ରହଣ କରିପାରି ନ ଥିଲେ। ମା’ବାପାଙ୍କୁ କାହିଁକି ସେଭଳି ସ୍ଥାନ ଦେଲେ ନାହିଁ ବୋଲି ସେମାନେ ପ୍ରଶ୍ନ କରିଥିଲେ।

ଏହି ବିଷୟରେ ଜଣଙ୍କ ପରେ ଜଣେ ରାଇନାଙ୍କୁ ପ୍ରଶ୍ନ କରୁଥିବା ଦେଖାଯାଉଛି। ସେ ବାପାମା’ଙ୍କ ଯୋଗୁ ଆଜି ସଫଳ ହୋଇଛନ୍ତି। ଜୀବନରେ ତାଙ୍କ ଅଧିକାର ପ୍ରଥମ। ତେବେ ସେ କ’ଣ ଉଭୟଙ୍କ ଟାଟୁ କରିଛନ୍ତି ବୋଲି ଜଣେ ପ୍ରଶ୍ନ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel