ଜଣେ ୩୩ ବର୍ଷୀୟ ବ୍ୟକ୍ତିଙ୍କ ପେଟରେ ପ୍ରବଳ ଯନ୍ତ୍ରଣା ହେଉଥିବା ଯୋଗୁ ସେ ଡାକ୍ତର ପାଖକୁ ଚିକିତ୍ସା ପାଇଁ ଯାଇଥିଲେ। ପରେ ବ୍ୟକ୍ତିଙ୍କ ଏକ୍ସ-ରେ କରିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଡାକ୍ତର। କାରଣ ବ୍ୟକ୍ତିଙ୍କ ପେଟ ଭିତରେ ଏକ ମୋବାଇଲ ଫୋନ ଥିବା ଦେଖିବାକୁ ମିଳିଥିଲା। ସେହି ଫୋନଟି ଦୀର୍ଘ ୬ ମାସ ହେବ ସେହି ବ୍ୟକ୍ତିଙ୍କ ପେଟ ଭିତରେ ଥିଲା। ସେ ଖାଇବା ପିଇବାରେ ମଧ୍ୟ ଅସୁବିଧା ଭୋଗୁଥିଲେ। ଏଭଳି କିଛି ଘଟଣା ସାମ୍ନାକୁ ଆସିଛି ଇଜିପ୍ଟରୁ।
ଏହି ମୋବାଇଲ ଗତ ୬ ମାସ ଧରି ବ୍ୟକ୍ତିଙ୍କ ପେଟ ଭିତରେ ଥିଲା।
ତେବେ ରୋଗୀଙ୍କ ପେଟ ଭିତରକୁ କିପରି ଏହି ମୋବାଇଲ ଗଲା, ସେ କିଭଳି ଏହାକୁ ଗିଳି ଥିଲେ ତାହା ବର୍ତ୍ତମାନ ଜଣା ପଡିନାହିଁ। ତାଙ୍କର ଅପରେସନ ଇଜିପ୍ଟର ଅସୱାନ ୟୁର୍ନିଭସିଟି ହସ୍ପିଟାଲରେ ହୋଇଥିଲା। ଡାକ୍ତରମାନେ ତାଙ୍କ ପେଟରୁ ‘ନୋକିଆ-୩୩୧୦’ର ଏକ ପୂରା ମୋବାଇଲ ବାହାର କରିଥିଲେ।