ନୂଆଦିଲ୍ଲୀ, ୮ା୪- ଭାରତୀୟ ବ୍ୟାଟ୍ସମ୍ୟାନ ଶ୍ରେୟାସ ଆୟାରଙ୍କ କାନ୍ଧରେ ଗୁରୁବାର ସଫଳ ଅସ୍ତ୍ରୋପଚାର କରାଯାଇଛି। ଗତ ମାସରେ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍ର ପ୍ରଥମ ମ୍ୟାଚ୍ରେ ତାଙ୍କ ବାମ କାନ୍ଧରେ ଆଘାତ ଲାଗିଥିଲା। ଏହି କାରଣରୁ ଶୁକ୍ରବାର ଠାରୁ ଆରମ୍ଭ ହେବାକୁ ଥିବା ଆଇପିଏଲର ୧୪ତମ ସଂସ୍କରଣରୁ ସେ ବାଦ୍ ପଡ଼ିଛନ୍ତି।
ଅସ୍ତ୍ରୋପଚାର ସଫଳ ହୋଇଛି। ଯଥା ଶୀଘ୍ର ମୁଁ ପଡ଼ିଆକୁ ଫେରିବି। ଆପଣଙ୍କ ଶୁଭେଚ୍ଛା ପାଇଁ ଧନ୍ୟବାଦ୍ ବୋଲି ଆୟାର ଅସ୍ତ୍ରୋପଚାର ପରେ ନିଜ ଫଟୋ ସହ ଟୁଇଟ୍ କରିଛନ୍ତି। ତାଙ୍କୁ ଫିଟ୍ ହେବା ପାଇଁ ଅତିକମ୍ ୪ ମାସ ସମୟ ଲାଗିବ। ଉଲ୍ଲେଖଯୋଗ୍ୟ, ଏହି ୨୬ ବର୍ଷୀୟ ବ୍ୟାଟ୍ସମ୍ୟାନଙ୍କ ନେତୃତ୍ୱରେ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମ ଥର ପାଇଁ ଆଇପିଏଲ ଫାଇନାଲରେ ପହଞ୍ଚିଥିଲା।