Categories: ଜାତୀୟ

ଜେଜେ ମା’ ଗୁଟ୍‌ଖା ଖାଇବାକୁ ମନା କରିବାରୁ ୯ ବର୍ଷୀୟା ନାତୁଣୀ ନେଲେ ଏମିତି ନିଷ୍ପତ୍ତି

ରାୟପୁର,୨୧।୩: ଛତିଶଗଡର ବିଭିନ୍ନ ଜିଲାରେ ତମାଖୁ ମୁକ୍ତ ଅଭିଯାନ ଚାଲିଛି। ସେପଟେ ସରଗୁଜା ଜିଲାରୁ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ୯ ବର୍ଷର ବାଳିକାଙ୍କୁ ଗୁଟଖା ଖାଇବାକୁ ମନା କରିବାରୁ ସେ ଫାଶୀ ଲଗାଇଦେଇଛନ୍ତି। ଝିଅଟିର ଜେଜେ ମା’ ତାଙ୍କୁ ଗୁଟ୍‌ଖା ଖାଇବାକୁ ବାରଣ କରିଥିଲେ। ଜେଜେମା’ଙ୍କ ପରାମର୍ଶ ଝିଅ ଅଣଦେଖା କରି ଘର ପଛରେ ଥିବା ବାଉଁଶ ବନ୍ଧରେ ନିଜ ଓଢଣା ଲଗାଇ ଆତ୍ମହତ୍ୟା କରିଥିଲେ। ଏପ୍ରିଲ ୨ରୁ ସରଗୁଜାକୁ ତମାଖୁମୁକ୍ତ ଜିଲା ଭାବେ ପରିଣତ କରିବା ପାଇଁ ଏକ ଅଭିଯାନ ଚାଲିଛି। ସୀତାପୁର ପୋଲିସ ଷ୍ଟେଶନର ଦାୟିତ୍ୱରେ ଥିବା ରୂପେଶ ନାରଙ୍ଗ କହିଛନ୍ତି ଯେ, ବିଥୁଆ ଗ୍ରାମପଞ୍ଚାୟତରେ ଘର ପଛପଟେ ଜଣେ ୯ ବର୍ଷର ଝିଅ ନିଜକୁ ଫାଶୀ ଦେଇ ଆତ୍ମହତ୍ୟା କରିଛି। ମାମଲା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ପହଞ୍ଚିବା ପରେ ଘଟଣାର କାରଣ ଜାଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପୋଲିସ ତୁରନ୍ତ ଝିଅର ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଥିଲା।
ବି.ଦ୍ର- ତମାଖୁ ସେବନ ଶରୀର ପାଇଁ ହାନିକାରକ

Share