ପଞ୍ଜାବର ପ୍ରସିଦ୍ଧ ଗାୟକ ସୁରିନ୍ଦର ଶିନ୍ଦାଙ୍କ ପରଲୋକ

ମୁମ୍ବାଇ: ପଞ୍ଜାବୀ ସଙ୍ଗୀତ ଶିଳ୍ପରୁ ଖରାପ ଖବର ଆସିଛି। ପ୍ରସିଦ୍ଧ ଗାୟକ ସୁରିନ୍ଦର ଶିନ୍ଦାଙ୍କର ବୁଧବାର ସକାଳେ ଲୁଧିଆନାର ଡିଏମଏଚ ହସ୍ପିଟାଲରେ ୬୪ ବର୍ଷ ବୟସରେ ପରଲୋକ ଘଟିଛି। ସୁରିନ୍ଦର ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ, ଏବଂ ମୃତ୍ୟୁ ସହ ଲଢୁଥିଲେ। ଗାୟକଙ୍କ ମୃତ୍ୟୁକୁ ନେଇ ପଞ୍ଜାବୀ ସଙ୍ଗୀତ ଶିଳ୍ପରେ ଶୋକର ଲହରୀ ଖେଳିଯାଇଛି। ସମସ୍ତ ସେଲିବ୍ରିଟି ଏବଂ ପ୍ରଶଂସକମାନେ ସୋସିଆଲ ମିଡିଆରେ ସୁରିନ୍ଦର ଶିନ୍ଦାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି।

Share