ମୁମ୍ବାଇରେ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ କିଣିଲେ ଅଭିନେତା, ମୂଲ୍ୟ ଜାଣିଲେ …

ମୁମ୍ବାଇ: ସାଉଥ ସିନେମାର ପ୍ରସିଦ୍ଧ ଅଭିନେତା ସୂର୍ଯ୍ୟାଙ୍କର ଫ୍ୟାନ୍‌ ଫଲୋଇଙ୍ଗ୍‌ କିଛି କମ୍‌ ନୁହେଁ। ‘ଉଡାନ’ ଏବଂ ‘ଜୟ ଭୀମ’ ଭଳି ଚଳଚ୍ଚିତ୍ରରେ ତାଙ୍କର ଅଭିନୟକୁ ଦର୍ଶକ ବେଶ୍‌ ଭଲ ପାଇବା ଦେଇଛନ୍ତି। ନିକଟରେ ଏହି ଅଭିନେତା ତାଙ୍କ ପରିବାର ସହିତ ମୁମ୍ବାଇରେ ଅନେକ ଥର ନଜର ଆସିଥିଲେ। ଏଥି ସହିତ ମୁମ୍ବାଇକୁ ବାରମ୍ବାର ଆସୁଥିଲେ କାହିଁକି ତାହା ଏବେ ଜଣାପଡିଛି। ଅଭିନେତା ଏଠାରେ ଏକ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ କିଣିଛନ୍ତି। ଯେଉଁଥିରେ ସେ ତାଙ୍କ ସ୍ତ୍ରୀ ଜ୍ୟୋତିିକା ଏବଂ ସେମାନଙ୍କର ଦୁଇ ସନ୍ତାନ ଦେବ ଏବଂ ଦିୟାଙ୍କ ସହ ରହିବେ।
ସୂର୍ଯ୍ୟ ଦୀର୍ଘ ଦିନ ଧରି ମୁମ୍ବାଇରେ ଏକ ଘର କିଣିବାକୁ ଯୋଜନା କରୁଥିଲେ ଏବଂ ବର୍ତ୍ତମାନ ଏହା ସଫଳ ହୋଇଛି।ଏହି ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟର ମୂଲ୍ୟ ୭୦କୋଟି ଟଙ୍କା ବୋଲି କୁହାଯାଉଛି। ଏକ ରିପୋର୍ଟ ଅନୁସାରେ ସୂର୍ଯ୍ୟା ଏବଂ ଜ୍ୟୋତିିକା ସେମାନଙ୍କ ପିଲାମାନଙ୍କ ସହ ମୁମ୍ବାଇ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଦମ୍ପତି ଚାହାଁନ୍ତି ଯେ ସେମାନଙ୍କର ପିଲାମାନେ ମୁମ୍ବାଇରେ ପଢନ୍ତୁ ଏବଂ ସେମାନେ ମଧ୍ୟ ଏଠାରେ ଆଡମିଶନ କରିଛନ୍ତି।

Share