Categories: ଜାତୀୟ

ସୁପ୍ରିମକୋର୍ଟ ଗଲେ ସୁରଜେୱାଲା

ନୂଆଦିଲ୍ଲୀ,୧୮।୧୧: ସେଣ୍ଟ୍ରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେସନ ବ୍ୟୁରୋ (ସିବିଆଇ) ଏବଂ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ବଢ଼ାଇବାକୁ ଅଧ୍ୟାଦେଶ ବିରୋଧରେ କଂଗ୍ରେସ ଗୁରୁବାର ସୁପ୍ରିମକୋର୍ଟରେ ମଧ୍ୟ ପହଞ୍ଚିଛି। ଏହି ପ୍ରସଙ୍ଗରେ କଂଗ୍ରେସ ନେତା ରଣଦୀପ ସିଂ ସୁରଜେୱାଲା ନିୟମକୁ ବାତିଲ କରିବାକୁ ଦାବି କରିଛନ୍ତି। ସେ କେନ୍ଦ୍ରୀୟ ଭିଜିଲାନ୍ସ କମିଶନ (ସଂଶୋଧନ) ଅର୍ଡିନାନ୍ସ, ୨୦୨୧ ଏବଂ ଦିଲ୍ଲୀର ସ୍ପେଶାଲ ପୋଲିସ ଏଷ୍ଟାବ୍ଲିସମେଣ୍ଟ (ସଂଶୋଧନ) ଅର୍ଡିନାନ୍ସ, ୨୦୨୧ ବିରୋଧରେ ୧୪ ନଭେମ୍ବରରେ ପର୍ସନାଲ ମନ୍ତ୍ରଣାଳୟର ବିଜ୍ଞପ୍ତି ବିରୋଧରେ ଏକ ଆବେଦନ କରିଛନ୍ତି। ବିଜ୍ଞପ୍ତିରେ ମୌଳିକ ନିୟମାବଳୀ ସଂଶୋଧିତ ହୋଇଛି, ଯାହାକି ସରକାରଙ୍କୁ ଇଡି, ସିବିଆଇ ମୁଖିଆ ତଥା ପ୍ରତିରକ୍ଷା, ଗୃହ ଏବଂ ବିଦେଶୀ ସଚିବଙ୍କ କାର୍ଯ୍ୟକାଳ ବୃଦ୍ଧି କରିବାକୁ ସକ୍ଷମ କରିଥାଏ।
ସର୍ବୋଚ୍ଚ ଅଦାଲତରେ ଦାଖଲ ହୋଇଥିବା ତାଙ୍କ ପିଟିସନରେ ସୁରଜେୱାଲା ସରକାରଙ୍କ ବିରୋଧରେ ଅନେକ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ, ଏଭଳି ଏକ ନିୟମ ସଂପୃକ୍ତ ଅନୁସନ୍ଧାନକାରୀ ସଂସ୍ଥାଗୁଡ଼ିକର ସ୍ବାଧୀନତା ଉପରେ ଖରାପ ପ୍ରଭାବ ପକାଇବ।

Share