Posted inଜାତୀୟ

ହେମା ମାଳିନୀଙ୍କ ଉପରେ ଟିପ୍ପଣି ଦେଇ ଫସିଗଲେ ସୁରଜଓ୍ବୋଲା

ନୂଆଦିଲ୍ଲୀ,୪।୪: ନିକଟରେ କଂଗ୍ରେସ ନେତା ରଣଦୀପ ସୁରଜେୱାଲା ଭାଜପା ଏମପି ହେମା ମାଳିନୀଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ଏବେ ଏହି ମାମଲାରେ ସୁରଜେୱାଲା ଫସି ରହିଥିବା ଜଣାପଡିଛି। ହେମା ମାଳିନୀଙ୍କ ଉପରେ ତାଙ୍କର ମନ୍ତବ୍ୟକୁ ରାଷ୍ଟ୍ରୀୟ ମହିଳା ଆୟୋଗ (ଏନସିଡବ୍ଲୁ) ଦ୍ୱାରା ବିଚାରକୁ ନିଆଯାଇଛି।

ଏନେଇ ଏନଡବ୍ଲ୍ୟୁ ନିର୍ବାଚନ ଆୟୋଗଙ୍କୁ ଏକ ଚିଠି ଲେଖି କାର୍ଯ୍ୟାନୁଷ୍ଠାନ ଦାବି କରିଛି। ଆୟୋଗର ଅଧ୍ୟକ୍ଷ ରେଖା ଶର୍ମା ଆନୁଷ୍ଠାନିକ ଭାବେ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଏକ ଚିଠି ଲେଖି ସୁରଜେୱାଲାଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି।
ରାଷ୍ଟ୍ରୀୟ ମହିଳା ଆୟୋଗ ରଣଦୀପ ସୁରଜେୱାଲା ଦେଇଥିବା ଅତ୍ୟଧିକ ଆପତ୍ତିଜନକ ମନ୍ତବ୍ୟକୁ ଦୃଢ ନିନ୍ଦା କରିଛନ୍ତି। ଏହି ମନ୍ତବ୍ୟଗୁଡିକ ଅତ୍ୟନ୍ତ ଭୁଲ ଏବଂ ଜଣେ ମହିଳାଙ୍କ ସମ୍ମାନ ପାଇଁ ଅପମାନଜନକ। ଆୟୋଗର ଅଧ୍ୟକ୍ଷ ରେଖା ଶର୍ମା ଆନୁଷ୍ଠାନିକ ଭାବେ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଏକ ଚିଠି ଲେଖି ସୁରଜେୱାଲାଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି ଏବଂ ୩ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି -ଏନସିଡବ୍ଲ୍ୟୁ ଏଥିସହ ହରିୟାଣା ରାଜ୍ୟ ମହିଳା ଆୟୋଗ ମଧ୍ୟ ଏହି ପ୍ରସଙ୍ଗରେ କଂଗ୍ରେସ ନେତା ରଣଦୀପ ସିଂ ସୁରଜେୱାଲାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଭାଜପା ଏମପି ହେମା ମାଳିନୀଙ୍କ ବିରୋଧରେ ଦେଇଥିବା ମନ୍ତବ୍ୟକୁ ନେଇ ହରିୟାଣା ରାଜ୍ୟ ମହିଳା ଆୟୋଗ କଂଗ୍ରେସ ନେତା ରଣଦୀପ ସିଂ ସୁରଜେୱାଲାଙ୍କୁ ନୋଟିସ ଜାରି କରିଛନ୍ତି।
ଏହି ସମୟରେ, ଭାଜପା ଏମପି ହେମା ମାଳିନୀଙ୍କ ବିରୋଧରେ ଆପତ୍ତିଜନକ ବିବୃତ୍ତି ନେଇ ଭାରତୀୟ ଜନତା ପାର୍ଟି ନେତାଙ୍କ ସମାଲୋଚନାର ସମ୍ମୁଖୀନ ହେବା ପରେ କଂଗ୍ରେସ ନେତା ରଣଦୀପ ସୁରଜେୱାଲା ସ୍ପଷ୍ଟ କରିଛନ୍ତି ଯେ ସେ ଅଭିନେତା-ରାଜନେତାଙ୍କୁ ଅପମାନ କିମ୍ବା ଆଘାତ ଦେବା ପାଇଁ କେବେ ଇଚ୍ଛା କରିନାହାଁନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯମୁନା ନଦୀରେ ବୁଡ ପକାଇବା ପରେ ଅସୁସ୍ଥ ହେଲେ ଦିଲ୍ଲୀ ଭାଜପା ଅଧ୍ୟକ୍ଷ, ଏଏପି କହିଲା ନାଟକ

ନୂଆଦିଲ୍ଲୀ,୨୬।୧୦: ଦିଲ୍ଲୀ ଭାଜପା ସଭାପତି ବିରେନ୍ଦ୍ର ସଚ୍ଚେଦେବାଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ଯାଇଛି। ତାଙ୍କୁ ଆରଏମଏଲ ନର୍ସିଂହୋମରେ ଭର୍ତ୍ତି କରାଯାଇଛି। ଦୁଇ ଦିନ ପୂର୍ବେ ଦିଲ୍ଲୀ...

ମମତାଙ୍କ ବଡ଼ ଦାବି, ଦୀପାବଳି ପୂର୍ବରୁ ପଶ୍ଚିମବଙ୍ଗରେ ହେବ ଦଙ୍ଗା ସହ ବିସ୍ଫୋରଣ

କୋଲକାତା,୨୬।୧୦: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୋଲିସକୁ ସୁରକ୍ଷା ବ୍ୟବସ୍ଥା ବଢାଇବାକୁ ଅନୁରୋଧ କରିଛନ୍ତି କାରଣ ସେ କହିଛନ୍ତି ଯେ ଆଗାମୀ ପର୍ବରେ କିଛି ସାମାଜିକ...

ସ୍ବାମୀଙ୍କୁ ଗଛରେ ବାନ୍ଧି ସ୍ତ୍ରୀଙ୍କୁ ଗଣବଳାତ୍କାର

ଭୋପାଳ,୨୬ା୧୦: ମଧ୍ୟପ୍ରଦେଶରେ ଦୁଇଟି ଜଘନ୍ୟ ବଳାତ୍କାର ସାମ୍ନାକୁ ଆସିଛି। ଗୋଟିଏ ଦେଶର ‘ସବୁଠୁ ସ୍ବଚ୍ଛ ସହର’ ଇନ୍ଦୋରରେ ଏବଂ ଅନ୍ୟଟି ରଓ୍ବୋରେ ଘଟିଛି। ରଓ୍ବୋ ମାମଲାରେ...

ଶାହାଙ୍କ ଉପରେ ପୁରସ୍କାର ଘୋଷଣା କଲେ ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁ, ସିଆର୍‌ପିଏଫ୍‌ ସ୍କୁଲ ବନ୍ଦ ପାଇଁ ଆହ୍ବାନ

ନୂଆଦିଲ୍ଲୀ,୨୫ା୧୦ : ଖଲିସ୍ତାନୀ ଆତଙ୍କବାଦୀ ତଥା ‘ଶିଖ୍‌ସ ଫର୍‌ ଜଷ୍ଟିସ୍‌’ (ଏସ୍‌ଏଫ୍‌ଜେ) ମୁଖ୍ୟ ଗୁର୍‌ପତଓ୍ବନ୍ତ ସିଂ ପନ୍ନୁ ପୁଣିଥରେ ଭାରତକୁ ଧମକ ଦେଇଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରୀ...

ଆସିଲା ଡେଡ୍‌ଲାଇନ୍‌…ଦୀପାବଳି ପୂର୍ବରୁ ଡେମଚୋକ୍‌, ଡେପ୍‌ସାଙ୍ଗରୁ ହଟିବେ ଭାରତ-ଚାଇନା ସେନା

ନୂଆଦିଲ୍ଲୀ,୨୫ା୧୦: ପୂର୍ବ ଲଦାଖର ୨ ଫ୍ରିକ୍ସନ ପଏଣ୍ଟ ଡେମ୍‌ଚୋକ୍‌ ଏବଂ ଡେପ୍‌ସାଙ୍ଗରେ ୪ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଲାଗି ରହିଥିବା ବିବାଦରେ ପଡ଼ିବ ପୂର୍ଣ୍ଣଚ୍ଛେଦ।...

ଜ୍ଞାନବାପି ମାମଲାରେ ହିନ୍ଦୁ ପକ୍ଷଙ୍କୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୨୫।୧୦: ଜ୍ଞାନବାପି ମାମଲାରେ ହିନ୍ଦୁ ପକ୍ଷଙ୍କୁ ବଡ଼ ଝଟ୍‌କା ଲାଗିଛି। ବାରାଣସୀ କୋର୍ଟ ହିନ୍ଦୁ ପକ୍ଷଙ୍କ ଆବେଦନକୁ ଖାରଜ କରିଛନ୍ତି। ତେବେ ଜ୍ଞାନବାପିର ଏଏସ୍‌ଆଇ ସର୍ଭେ...

କିଏ ନେବେ ରତନ ଟାଟାଙ୍କ ଅତିପ୍ରିୟ ‘ଟିଟୋ’ର ଯତ୍ନ, ସାମ୍ନାକୁ ଆସିଲା ଏହି ନାମ

ମୁମ୍ବାଇ,୨୫।୧୦: ଟାଟା ଗ୍ରୁପର ପୂର୍ବତନ ଅଧ୍ୟକ୍ଷ ତଥା ସମ୍ମାନିତ ଚେୟାରମ୍ୟାନ ରତନ ଟାଟାଙ୍କ ଅକ୍ଟୋବର ୯ରେ ମୁମ୍ବାଇର ବ୍ରିଜ କ୍ୟାଣ୍ଡି ହସ୍ପିଟାଲରେ ୮୬ ବର୍ଷ ବୟସରେ...

ଝାଡଖଣ୍ଡ ନିର୍ବାଚନ: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ବଡ଼ ଦାୟିତ୍ୱ ଦେଲା ଭାଜପା

ଭୁବନେଶ୍ୱର,୨୫।୧୦: ଆଗକୁ ଝାଡଖଣ୍ଡ ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ। ତେବେ ଝାଡଖଣ୍ଡ ନିର୍ବାଚନକୁ ନେଇ ସବୁ ଦଳ ବଳ କଷାକଷି ଆରମ୍ଭ କରିଥିବାବେଳେ ଜାତୀୟ ରାଜନୀତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri