ପିଇଓଙ୍କୁ ତାଲା ପକାଇଲେ ସରପଞ୍ଚ

ବୈପାରିଗୁଡା,୧୩ା୬ (ଡି.ଏନ୍‌.ଏ.): କୋରାପୁଟ ଜିଲା ବୈପାରିଗୁଡା ପଞ୍ଚାୟତ ସରପଞ୍ଚ ଓ ନିର୍ବାହୀ ଅଧିକାରୀଙ୍କ ମଧ୍ୟରେ ବିବାଦ ଉଗ୍ରରୂପ ନେଇଛି। ସୋମବାର ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) ଗୋକୁଳ ବିହାରୀ କାଡ୍ରାକାଙ୍କୁ ସରପଞ୍ଚ ତାଲା ପକାଇ ଦେଇଥିଲେ। ସେ ଅଫିସ୍‌ରେ ବସିଥିବା ବେଳେ ସରପଞ୍ଚ ସୂର୍ଯ୍ୟମଣି ନାୟକ ତାଙ୍କର କେତେକ ସମର୍ଥକଙ୍କ ସହ ସେଠାରେ ପହଞ୍ଚତ୍ ବାହାରପଟୁ ତାଲା ପକାଇ ଦେଇଥିଲେ। ଏହି ଖବର ପାଇବା ପରେ ବିଡିଓ ସେଠାରେ ପହଞ୍ଚତ୍ ସମ୍ପୃକ୍ତ ପିଇଓଙ୍କୁ ଉଦ୍ଧାର କରିଥିଲେ। ପିଇଓ ମନଇଛା କାର୍ଯ୍ୟ କରୁଥିବା, ଗ୍ରାମସଭା ନିଷ୍ପତିକୁ ଉପେକ୍ଷା କରି ନିଜ ଇଛାରେ କାର୍ଯ୍ୟ ଖସଡା ପ୍ରସ୍ତୁତ କରିବା ନେଇ ସରପଞ୍ଚ ଅଭିଯୋଗ କରିଛନ୍ତି। ତାଙ୍କୁ କୌଣସ ଅଫିସ୍‌ ରେକର୍ଡ ମାଗିଲେ ଦେଖାଉ ନାହାନ୍ତି, ବାର୍ଦ୍ଧକ୍ୟ ଭତ୍ତା ରେଜିଷ୍ଟ୍ରାର ମଧ୍ୟ ଦେଖାଉନାହାନ୍ତି, ତାଙ୍କ ଅନୁପସ୍ଥିତିରେ ଭତ୍ତା ଟଙ୍କା ବାଣ୍ଟିବା ଦାୟିତ୍ବ ସରପଞ୍ଚଙ୍କୁ ଦେବା ବଦଳରେ ଯୋଗାଣ ସହାୟକଙ୍କୁ ଦେଉଛନ୍ତି ବୋଲି ସରପଞ୍ଚ ଅଭିଯୋଗ କରିଛନ୍ତି। ଏ ନେଇ ପିଇଓ କାଡ୍ରକାଙ୍କୁ ପଚାରିବାରୁ ସେ ସରପଞ୍ଚଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ସରପଞ୍ଚ କୌଣସି ସରକାରୀ ଗାଇଡ୍‌ଲାଇନ ମାନୁ ନ ଥିବା ସେ କହିଛନ୍ତି। ସୋମବାରର ଘଟଣା ସେ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ପିଇଓ ପ୍ରକାଶ କରିଛନ୍ତି।