
ପାଟଣା,୬।୨(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ ସଭା ଗୃହରେ ପିଆରଆଇ ମେମ୍ବରମାନଙ୍କୁ ନେଇ ବର୍ଷ ୨୦୨୫ ନିମନ୍ତେ ସ୍ବତନ୍ତ୍ର ଗ୍ରାମ ସଭା ଅନୁଷ୍ଠିତ ହୋଇଛି। ତେବେ ୨୦ଟି ପଞ୍ଚାୟତର ପାନୀୟ ଜଳ ବ୍ୟବସ୍ଥାକୁ ସୂଚାରୁ ରୂପେ ସମ୍ପାଦନ କରିବା ପାଇଁ ନଳକୂପ ମରାମତି ଦାୟିତ୍ୱ ପୂର୍ବରୁ ପଞ୍ଚାୟତ(ଗାଡ଼ି ଓ ପାଇପ କ୍ରୟ) ବୁଝିଥିବାବେଳେ ଚଳିତବର୍ଷଠାରୁ ଗ୍ରାମପଞ୍ଚାୟତରୁ ନଳକୂପ ମରାମତି କ୍ଷମତା କାଢି ନେବାର ବିଡ଼ିଓଙ୍କ ନିଷ୍ପତିକୁ ନିର୍ବାଚିତ ସରପଂଚ ମାନେ ଆପତ୍ତି ଉଠାଇବା ସହ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏନେଇ ବିଡ଼ିଓଙ୍କ ମତାମତ ମିଳି ପାରିନାହିଁ।
ଆୟୋଜିତ ବୈଠକ ବ୍ଲକ ଅଧ୍ୟକ୍ଷା ସୁକାନ୍ତି ନାଏକଙ୍କ ଅଧ୍ୟକ୍ଷତାରେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, ଉପାଧକ୍ଷା ବୀଣାପାଣି ନାୟକ, ବିଡିଓ ମାନସ କୁମାର ଦଣ୍ଡପାଟ, ଜିପିଡିଓ ରଶ୍ମିରେଖା ମହାନ୍ତି, ଏପିଓ ଦୀପକ କୁମାର ବେହେରାଙ୍କ ସହ ବ୍ଲକର ନିର୍ବାଚିତ ସମସ୍ତ ସମିତି ସଭ୍ୟ,ସରପଞ୍ଚମାନେ ଉପସ୍ଥିତ ରହି ୨୦୨୫ ଆର୍ଥିକ ବର୍ଷ ପାଇଁ ଜିପିଡିପି (ଗ୍ରାମ ପଞ୍ଚାୟତ ଡେଭଲପମେଣ୍ଟ ପ୍ରୋଗ୍ରାମ) ମଞ୍ଜୁରୀ କରାଇଥିଲେ।