ଅପିଲ ଶୁଣାଣି ପାଇଁ ଆଶ୍ଚର୍ଯ୍ୟକର ତାରିଖ: ସିଡିଓଙ୍କ ଚିଠିକୁ ନେଇ ବଢ଼ୁଛି ସନ୍ଦେହ

ହାଟଡିହୀ,୪।୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ(ସିଡିଓ)ଙ୍କ କାର୍ଯ୍ୟାଳୟକୁ ମିଳିଥିବା ଡିଏମ୍‌ଏଫ୍‌ ଅନୁଦାନ ସମ୍ପର୍କିତ ସୂଚନା ପାଇଁ ହାଟଡିହୀ ବ୍ଲକ ଅଞ୍ଚଳରେ ଜଣେ ବ୍ୟକ୍ତି ସୂଚନା ଅଧିକାର ନିୟମ ଅନୁସାରେ ଆବେଦନ କରିଥିଲେ। କିନ୍ତୁ ଜନ ସୂଚନା ଅଧିକାରୀ କୌଣସି ସୂଚନା ପ୍ରଦାନ ନ କରି ଆବେଦନ ପତ୍ରଟିକୁ ଡିିଏମ୍‌ଏଫ୍‌ ଅଫିସକୁ ପ୍ରେରଣ କରିଥିଲେ। ଫଳରେ ୧୩ା୮ା୨୦୨୪ରେ ସିଡିଓଙ୍କ କାର୍ଯ୍ୟାଳୟରେ ଏକ ଅପିଲ ହୋଇଥିଲା। ଅପିଲ ଶୁଣାଣି ପାଇଁ ଅପିଲେଟ ଅଧିକାରୀ (ସିଡିଓ)ଙ୍କ ଚିଠି ନଂ.୪୭୪୩/୩୦ା୮ା୨୦୨୪ ଅନୁସାରେ ଦିନ ଧାର୍ଯ୍ୟ କରିଛନ୍ତି । ଉକ୍ତ ଚିଠିରେ ଅପିଲ ଶୁଣାଣି ପାଇଁ ଆଶ୍ଚର୍ଯ୍ୟ ଏବଂ ଅସମ୍ଭବ ତାରିଖ ଦର୍ଶାଯାଇଛି। ଗତ ୬ା୮ା୨୦୨୪ ରେ ଶୁଣାଣି ହେବ ବୋଲି ଉଲ୍ଲେଖ ରହିଛି । ଏପରି ଚିଠିକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଏହାକୁ ନେଇ ଆବେଦନକାରୀ ଲିଖିତ ଭାବେ ସିଡିଓଙ୍କୁ ଜଣାଇଛନ୍ତି l ଆବେଦନକାରୀ ଜଣକ କହିଛନ୍ତି ଯେ, ଜିଲାରେ ସିଡିଓ ଭଳି ଏକ ଗୁରୁତ୍ୱପୂର୍ଣ ପଦବୀରେ ରହି କିପରି ଏମିତି ଚିଠି କଲେ ତାହା ବୁଝାପଡୁନି। ଅପର ପକ୍ଷେ ଚିଠି ପଢି ସିଡିଓ ଦସ୍ତଖତ କରିଛନ୍ତି ନା ତାଙ୍କ ବଦଳରେ ଆଉ କିଏ ଦସ୍ତଖତ କରିଛନ୍ତି ତାହା ବଡ଼ ପ୍ରଶ୍ନ ସାଜିଛି। ଯଦି ଏହି ଚିଠିରେ ଥିବା ଦସ୍ତଖତ ସିଡିଓଙ୍କ ହୋଇଥାଏ ତେବେ ବୁଝିବାକୁ ପଡ଼ିବ ଯେ ସିଡିଓ ଆଖି ବୁଜି ଦସ୍ତଖତ କରୁଛନ୍ତି। ଯାହାକି ଅଧିକାରୀଙ୍କ ଦକ୍ଷତା ଏବଂ ସ୍ବଚ୍ଛତା ଉପରେ ପ୍ରଶ୍ନ ଉଠିବା ସ୍ବାଭାବିକ।


Enter your email to get our daily news in your inbox.

All Right Reserved By Dharitri.Com
Featured Video Play Icon

ମୋତେ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ ଆଇଆଇସି!

ଭରତପୁର ଥାନାରେ ସେନାଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ଘଟଣା । ପିଡ଼ୀତା ଆଣିଲେ ଆଇଆଇସି ଦୁଷ୍କର୍ମ କରିବା ଅଭିଯୋଗ ।

ସାକ୍ଷୀଙ୍କୁ ଜେଲ୍‌ରୁ ମିଳିଥିଲା ଧମକ: ଅଭିଯୁକ୍ତଙ୍କୁ ୩ ବର୍ଷ ଜେଲଦଣ୍ଡ

ବ୍ରହ୍ମପୁର,୧୯ା୯(ସୁବାସ ଚନ୍ଦ୍ର ପାଢ଼ୀ): ଗୋଶାଣିନୁଆଗାଁ ଥାନା ଅଧୀନ ହିଲପାଟଣା ବହୁ ଚର୍ଚ୍ଚିତ ହେରିଟେଜ କ୍ଷୀର କମ୍ପାନୀ ବ୍ୟବସାୟୀ ଲମ୍ବୋଦର ମୁନି ହତ୍ୟା ମାମଲାରେ ମୁଖ୍ୟ ସାକ୍ଷୀଙ୍କୁ...

ରାତିରେ ମିଳିଲାନି ଚିକିତ୍ସା: ମା’ କୋଳରେ ଚାଲିଗଲା ଶିଶୁର ଜୀବନ 

ଉଦଳା,୧୯ା୯(ସନ୍ତୋଷ କୁମାର ବାଛିନୀ): ରାତି ଅଧରେ ମିଳିଲାନି ଚିକିତ୍ସା ସୁବିଧା। ଗୁରୁତର ଥିବା ୫ ମାସର ଶିଶୁକୁ ମେଡିକାଲରେ ଡାକ୍ତର ଦେଖିବା ପରେ ଓ୍ବାର୍ଡକୁ ପଠାଇ...

ବିଜେଡିକୁ ଝଟକା: ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷାଙ୍କ ପଦ ରଦ୍ଦ କଲେ କୋର୍ଟ

ଭୁବନେଶ୍ୱର,୧୯।୯: ପୁରୀ ଜିଲାର ଏକ କୋର୍ଟ ଡେଲାଙ୍ଗ ପଞ୍ଚାୟତ ସମିତି (ବ୍ଲକ) ଅଧ୍ୟକ୍ଷା ବାସନ୍ତୀ ସାହୁଙ୍କୁ ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନର ଦୁଇ ଶିଶୁଙ୍କ ନିୟମ...

ବୈଠକ ଅଧାରୁ ଉଠି ଆସିଲେ ବିଜେଡି ଜିଲାପରିଷଦ ସଭ୍ୟ

ଛତ୍ରପୁର,୧୯ା୯(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ପ୍ରାୟ ବର୍ଷେ ହେଲା ଜିଲା ପରିଷଦ ବୈଠକ ହୋଇ ନ ଥିବା, ୭ ଦିନ ପୂର୍ବରୁ ନୋଟିସ ନ ଦେଇ ବୈଠକକୁ...

ସୀମା ଟପିଥିଲା ଭରତପୁର ଥାନା ପୋଲିସ, କାନ୍ଦି କାନ୍ଦି ଘଟଣା ଦିନର କାହାଣୀ କହିଲେ ମେଜରଙ୍କ ବାନ୍ଧବୀ

ଭୁବନେଶ୍ୱର,୧୯।୯: ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ପୋଲିସର ମାଡ଼ ଘଟଣାରେ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି ମେଜରଙ୍କ ବାନ୍ଧବୀ ଅଙ୍କିତ ପ୍ରଧାନ। ଆଉ ଏହା...

ବିଜେଡି ଛାଡିଲେ: ଭାଜପାରେ ଯୋଗଦେଲେ ଦେବେନ୍ଦ୍ର

ରିଷିଡ଼ା,୧୯ା୯/ଭବାନୀପାଟଣା,(ଉତ୍ତମ କୁମାର ଦାଶ/ସୁଶାନ୍ତ ମଲ୍ଲିକ)- କିଛିଦିନ ତଳେ ରାଜ୍ୟ ସଭା ସଦସ୍ୟ ସୁଜିତ କୁମାର ବିଜେଡି ଛାଡି ଭାଜପାରେ ଯୋଗ ଦେଇଥିଲେ। ଏହା ପରଠାରୁ ତାଙ୍କ...

ପ୍ରବଳ ବର୍ଷା: ଭୁଶୁଡ଼ିଲା ଘର କାନ୍ଥ

ରିଷିଡ଼ା,୧୯ା୯ (ସୁଶାନ୍ତ ମଲ୍ଲିକ): ପ୍ରବଳ ବର୍ଷା ଯୋଗୁ ମାଟିକାନ୍ଥ ଭୁଶୁଡିପଡ଼ିଲା। ଫଳରେ ପରିବାର ସଦସ୍ୟ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏଭଳି ଘଟଣା ଘଟିଛି କଳାହାଣ୍ଡି ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri