Categories: ଜାତୀୟ

ଅଖିଳେଶଙ୍କ ସାମ୍ନାରେ କେନ୍ଦ୍ର ମନ୍ତ୍ରୀଙ୍କୁ ଛିଡ଼ା କଲା ଭାଜପା

ନୂଆଦିଲ୍ଲୀ,୧।୨: ବିଧାନସଭା ନିର୍ବାଚନରେ ପଦାର୍ପଣ କରିବାକୁ ଯାଉଥିବା ଅଖିଳେଶ ଯାଦବଙ୍କ ଚିରପ୍ରତିଦ୍ୱନ୍ଦ୍ୱୀ ହେବାକୁ ଯାଉଛନ୍ତି କେନ୍ଦ୍ର ମନ୍ତ୍ରୀ ଏସ୍‌ପି ସିଂ ବଘେଲ। ଭାଜପା ପ୍ରାର୍ଥୀ କେନ୍ଦ୍ର ମନ୍ତ୍ରୀ ଏକଦା ସମାଜବାଦୀ ପାର୍ଟି ନେତାଙ୍କ ବାପା ମୁଲାୟମ ସିଂ ଯାଦବଙ୍କ ଘନିଷ୍ଠ ଥିଲେ।

ଆଗ୍ରାରୁ ଏମ୍‌ପି ଥିବା ବଘେଲଙ୍କୁ ଉତ୍ତରପ୍ରଦେଶ ପୂର୍ବାଞ୍ଚଳ କର୍ହାଲ ଆସନରୁ ଭାଜପା ପ୍ରାର୍ଥୀ କରିଛି। ସମାଜବାଦୀ ପାର୍ଟିର ଗଡ଼ ଭାବେ ଜଣାଶୁଣା ଏହି ଆସନରୁ ପ୍ରଥମ ଥର ପାଇଁ ଲଢ଼ିବାକୁ ଯାଉଛନ୍ତି ଅଖିଳେଶ।

ମଙ୍ଗଳବାର ପ୍ରାର୍ଥିପତ୍ର ଦାଖଲ କରିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ, କର୍ହାଲରୁ ଯାହାକୁ ବି ଭାଜପା ପ୍ରାର୍ଥୀ କରିବ ତାଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିବ। ପୂର୍ବରୁ ଅଖିଳେଶଙ୍କ ସ୍ତ୍ରୀ ଡିମ୍ପଲ ଯାଦବଙ୍କ ସହ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ବଘେଲ। ହେଲେ ତାଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା। ସେ ଏବେ ଆଇନ ଏବଂ ନ୍ୟାୟ ରାଜ୍ୟ ମନ୍ତ୍ରୀ ଅଛନ୍ତି।

“ନିର୍ବାଚନରେ ଆଶ୍ଚର୍ଯ୍ୟଜନକ ଏଲିମେଣ୍ଟ ରହିବା ନତହାତି ଆବଶ୍ୟକ। ମୋର ସମସ୍ତ ଶକ୍ତି ସହ ମୁଁ ଲଢ଼େଇ କରିବି। ଏହା କାହାର ଗଡ଼ ନୁହେଁ। କାନ୍ନୁଜ, ଫିରୋଜାବାଦ ଓ ଏଟାଓ୍ବା ଭଳି ସମାଜବାଦୀ ଗଡ଼ର ଧ୍ୱଂସ ହେବା ମୁଁ ଦେଖିଛି” ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି।

Share