ଅଚାନକ ପରିଦର୍ଶନ: ସବ୍‌ଟ୍ରଜେରୀ କାର୍ଯ୍ୟାଳୟରେ କର୍ମଚାରୀଙ୍କୁ ନ ଦେଖି ବିଧାୟକ କ୍ଷୁବ୍ଧ

ଦିଗପହଣ୍ଡି,୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ଶନିବାର ଦିଗପହଣ୍ଡି ସବ୍‌ ଟ୍ରେଜେରୀ କାର୍ଯ୍ୟାଳୟକୁ ଅଚାନକ ପରିଦର୍ଶନରେ ଯାଇଥିଲେ। ମଧ୍ୟାହ୍ନ ପ୍ରାୟ ୧୨ଟାରେ କାର୍ଯ୍ୟାଳୟ ତାଲା ଖୋଲା ରହିଥିବା ବେଳେ କୌଣସି କର୍ମଚାରୀଙ୍କ ଦେଖା ମିଳି ନ ଥିଲା। ବାବୁମାନଙ୍କ ଚେୟାର ସବୁ ଖାଲି ରହିଥିବା ଦେଖି ବିଧାୟକ କ୍ଷୁବ୍ଧ ହୋଇଥିଲେ।

ଖବରପାଇ ବରିଷ୍ଠ କିରାଣି ନରେଶ ବେହେରା ପହଞ୍ଚି ଥିଲେ ମଧ୍ୟ ବିଧାୟକଙ୍କ ବିଭିନ୍ନ ପ୍ରଶ୍ନର ଠିକ ଉତ୍ତର ଦେଇପାରି ନ ଥିଲେ। ସେ ଏନେଇ ଟ୍ରେଜେରୀ ଅଧିକାରୀଙ୍କ ସହ ମୋବାଇଲରେ କଥା ହୋଇ ନିଜର ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏପରିକି ସବ୍‌ଟ୍ରେଜେରୀ କାର୍ଯ୍ୟାଳୟକୁ ଜଣେ ଯୁବତୀ ନିଜ ବାପାଙ୍କ ଦେହାନ୍ତ ପରେ ତୃତୀୟ ପକ୍ଷ ପେନସନ ପାଇଁ ଦୀର୍ଘ ୫ ବର୍ଷ ଧରି ଆସୁଥିଲେ ମଧ୍ୟ ନିରାଶ ହୋଇ ଫେରୁଥିବା ବିଧାୟକଙ୍କ ସମ୍ମୁଖରେ ଅଭିଯୋଗ କରିଥିଲେ। ଯାହାକୁ ନେଇ ବିଧାୟକ ତୁରନ୍ତ ଏହା ଉପରେ ଗୁରୁତ୍ୱ ଦେବାକୁ କହିଥିଲେ।

Share