ଅଚାନକ ଦେଓମାଳି ଗସ୍ତ କରି ପରିବେଶ ସ୍ବଚ୍ଛତା ନେଇ ତଦାରଖ କଲେ ଜିଲାପାଳ-ଆରକ୍ଷୀ ଅଧିକ୍ଷକ

ପଟ୍ଟାଙ୍ଗି,୧୨।୪,(ଶରତ କୁମାର ଧଳ): କୋରାପୁଟ ଜିଲା ତଥା ରାଜ୍ୟର ପରିଚୟ ଭାବେ ପରିଚିତ ସର୍ବବୃହତ ପର୍ବତ ତଥା ପର୍ଯ୍ୟଟନ ସ୍ଥଳୀ ଦେଓମାଳି କିପରି ସୁରକ୍ଷିତ ରହିବା ସହ ସ୍ବଚ୍ଛତା ବଜାୟ ରହିବ, ସେନେଇ କୋରାପୁଟ ଜିଲ୍ଲା ପ୍ରଶାସନ ତଥା ଜିଲାପାଳ ଭି ର୍କିତ୍ତି ୱାସନ ଆଗେଇ ଆସିଥିବା ସହ ପର୍ଯ୍ୟଟକ ମାନଙ୍କ ଉଦେଶ୍ୟରେ ଗତ ଦୁଇଦିନ ପୁର୍ବେ ଚିଠି ମାଧ୍ୟମରେ ବାର୍ତ୍ତା ଜାରି କରିଥିଲେ । ବାର୍ତ୍ତା ଜାରି କରିବାର କିଛି ଦିନ ପରେ ଶନିବାର ଜିଲାପାଳ ୱାସନ ଉକ୍ତ ପର୍ଯ୍ୟଟନ ସ୍ଥଳୀକୁ ନିଜ ସହ ଆରକ୍ଷୀ ଅଧିକ୍ଷକ ରୋହିତ ବର୍ମାଙ୍କୁ ନେଇ ପହଞ୍ଚି ପ୍ରଥମେ ଦେଓମାଳିର ଦ୍ୱିତୀୟ ଟାୱାର୍‌ ପଏଣ୍ଡରେ ପହଞ୍ଚି ସେଠାକାର ସ୍ଥିତି ଅନୁଧ୍ୟାନ କରିବା ସହ ପରିବେଶ ସ୍ବଚ୍ଛତା ଉପରେ ତଦାରଖ କରିଥିଲେ । ଏହି ସମୟରେ ଉକ୍ତ ସ୍ଥାନରେ କିଛି ସ୍ଥାନୀୟ ଚାଷୀ ନିଜ ଜମିରେ ଚାଷ କରିଥିବା ଷ୍ଟବେରୀକୁ ବିକ୍ରି କରୁଥିବା ଦେଖି ଜିଲାପାଳ ୱାସନ ବିକ୍ରି କରୁଥିବା ଚାଷୀଙ୍କ ସହ ଆଲୋଚନା କରି ଷ୍ଟବେରୀ ବିକ୍ରି କରି କିପରି ଲାଭବାନ ହେଉଛ ବୋଲି ପଚାରି ବୁଝିଥିଲେ । ଏହାପରେ ଉକ୍ତ ସ୍ଥାନରୁ ବାହାରି ତୃତୀୟ ଟାୱାରରେ ହୋଇଥିବା ଜଙ୍ଗଲ ବିଭାଗର କଟେଜ ପରିଦର୍ଶନ କରି ସେଠାରେ ମଧ୍ୟ ପରିବେଶ ସୁରକ୍ଷା ଓ ସ୍ବଚ୍ଛତା ଉପରେ ଅନୁଧ୍ୟାନ କରିଥିଲେ । ଏହି ସମୟରେ ଉପସ୍ଥିତ ରହିଥିବା ଗଣମାଧ୍ୟମ ପ୍ରତିନିଧିମାନଙ୍କ ପ୍ରଶ୍ନର ଉତ୍ତରରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଉକ୍ତ ପର୍ଯ୍ୟଟନ ସ୍ଥଳୀକୁ ସୁରକ୍ଷା ଦେବା ଏବଂ ଏହାର ସ୍ବଚ୍ଛତା ବଜାୟ ରଖିବା ଖାଲି ଜିଲା ପ୍ରଶାସନ ର ଦାୟିତ୍ୱ ନୁହେଁ ବୋଲି କହିଥିଲେ। ଏହା ପର୍ଯ୍ୟଟକ ମାନଙ୍କର ମଧ୍ୟ ଦାୟିତ୍ୱ ବୋଲି ପ୍ରକାଶ କରିବା ସହ ଆସୁଥିବା ପର୍ଯ୍ୟଟକମାନେ ନିଜେ ସଚେତନ ହେବା ସହ ଅନ୍ୟକୁ ସଚେତନ କରିବା ନିହାତି ଆବଶ୍ୟକ ବୋଲି ପ୍ରକାଶ କରିଥିଲେ । ଉକ୍ତ କଟେଜ ପରିସରରେ ପୋଲିସ ବିଭାଗ ପାଇଁ ନିର୍ମାଣ ହୋଇଥିବା ନୂତନ
ବିଟ ହାଉସକୁ ପରିଦର୍ଶନ କରି ତଦାରଖ କରି ଉକ୍ତ ପର୍ଯ୍ୟଟନ ସ୍ଥଳୀରେ ଚାଲିଥିବା ରାସ୍ତା ନିର୍ମାଣ କାର୍ଯ୍ୟ ତଦାରଖ କରି ଉପସ୍ଥିତ ପଟ୍ଟାଙ୍ଗି ବ୍ଲକ ପ୍ରଶାସନ ତଥା ବିଡ଼ିଓ ରାମକୃଷ୍ଣା ନାୟକ ଏବଂ ତହସିଲଦାର ଦେବେନ୍ଦ୍ର ବାହାଦୂର ସିଂ ଧାରୁଆଙ୍କ ସହ ଦେଓମାଳି ପର୍ଯ୍ୟଟନ ସ୍ଥଳୀ ଯେପରି ସ୍ବଚ୍ଛ ରହିବ ସେନେଇ
କଡାକଡି ଦୃଷ୍ଟି ରଖିବା ସହ ସମୟ ସମୟରେ ଗସ୍ତ କରି ତଦାରଖ କରିବାକୁ ପରାମର୍ଶ ଦେଇଥିଲେ । ସେହିପରି ଜିଲାପାଳ ୱାସନଙ୍କ ସହ ଉପସ୍ଥିତ ରହିଥିବା ଆରକ୍ଷୀ ଅଧିକ୍ଷକ ବର୍ମା ଉପସ୍ଥିତ ସୁନାବେଡା ଏସଡିପିଓ ସୁମିତ୍ରା ଜେନାଙ୍କୁ ପର୍ଯ୍ୟଟନ ସ୍ଥଳୀ ଯେପରି ସୁରକ୍ଷିତ ରହିବ ସେନେଇ ରହିଥିବା ପୋଲିସ କର୍ମଚାରୀ ଓ ଅଧିକାରୀ ଙ୍କୁ ଦାୟିତ୍ୱ ପ୍ରଦାନ କରି ତଦାରଖ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସବୁଠାରୁ ବଡ କଥା ହେଲା ଜିଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ଦୁଇ ଅଧିକାରୀଙ୍କ ଏହିପରି ଅଚାନକ ଗସ୍ତ ଭିତରେ ବିଧାୟକ ତଥା ବିଧାନସଭା ସିଏଲପି ଲିଡର ରାମଚନ୍ଦ୍ର କାଡାମ ମଧ୍ୟ ଅଚାନକ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପହଞ୍ଚିଥିଲେ। ସ୍ବଚ୍ଛତା ଉପରେ ତଦାରଖ କରି ପର୍ଯ୍ୟଟନର ସୁରକ୍ଷା ଏବଂ ସ୍ବଚ୍ଛତା ପାଇଁ କୋରାପୁଟ ଜିଲାପାଳ ନେଇଥିବା ପଦକ୍ଷେପ ଅନେକ ସ୍ବାଗତ ଯୋଗ୍ୟ ବୋଲି ସେ କହିଥିଲେ। ଏହାସହ ଆମେ ସମସ୍ତେ ଏବଂ ସମସ୍ତ ପର୍ଯ୍ୟଟକମାନେ ଜିଲା ପ୍ରଶାସନର ପଦକ୍ଷେପକୁ ଅନୁସରଣ କରିବା ଉଚିତ ଓ ଏ ନେଇ ସଚେତନ ହେବା ଆବଶ୍ୟକ। ପରିବେଶ ସୁରକ୍ଷିତ ରହିଲେ ଆମେ ସୁରକ୍ଷିତ ରହିବା ବୋଲି ସେ ପ୍ରକାଶ କରିଥିଲେ । ଏହି ସମୟରେ ଜିଲା ଜଙ୍ଗଲ ବିଭାଗର ଡିଏଫଓ କେ ଭି ରାଓଙ୍କ ସମେତ ବିଭାଗର ଅନ୍ୟ କର୍ମଚାରୀ ଏବଂ ବ୍ଲକର ଏପିଓ ସୌମେନ୍ଦ୍ର ନାୟକ , କୋଟିଆ ପଞ୍ଚାୟତର କନିଷ୍ଠ ଯନ୍ତ୍ରୀ ତରୁଣ କୁମାର ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ପମ୍ପ ହାଉସ ତାର ଚୋରୀ ଅଭିଯୋଗରେ ୨ ଗିରଫ

ଭଞ୍ଜନଗର,୧୫/୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର, ଜଗନ୍ନାଥପ୍ରସାଦ ଓ ପୋଲସରା ବ୍ଲକର ବିଭିନ୍ନ ପମ୍ପ ହାଉସରୁ ବିଦ୍ୟୁତ୍ ତାର କାଟି ନେବା ଅଭିଯୋଗରେ ଭଞ୍ଜନଗର ପୋଲିସ ମଙ୍ଗଳବାର...

ଲଭର୍‌ ବଏ ଲୁକ୍‌ରେ ମାହି, ହାତରେ ଲାଲ୍‌ ହୃଦୟ ବେଲୁନ୍‌ ଧରି କହୁଛନ୍ତି ଡାଏଲଗ୍‌; ଅଭିନୟରେ କରିବେ ଡେବ୍ୟୁ!

ମୁମ୍ବାଇ: କ୍ରିକେଟର ଥାଲାଇଭା ଅର୍ଥାତ ମହେନ୍ଦ୍ର ସିଂ ଧୋନୀଙ୍କୁ କିଏ ବା ଭଲ ନ ପାଏ। କେହି କ୍ରିକେଟ ପ୍ରଶଂସକ ହୁଅନ୍ତୁ କି ନ ହୁଅନ୍ତୁ,...

ଆକ୍ରମଣ ମାମଲା: ଜଣେ ଅଭିଯୁକ୍ତ ଜେଲ ଗଲେ

ଦିଗପହଣ୍ଡି, ୧୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏସ.ଗୋପାଳପୁର ପଞ୍ଚାୟତ ଖାରିଗୁଡ଼ା ଗ୍ରାମ ଦଣ୍ଡନାଚ ମେରୁଯାତ୍ରାରେ ସୋମବାର କମେଣ୍ଟ ମରାକୁ କେନ୍ଦ୍ରକରି ଆକ୍ରମଣ...

କଇଁଛ ଶାବକଙ୍କ ସୁରକ୍ଷା ପାଇଁ ବେଳାଭୂମିରେ ସ୍ବେଚ୍ଛାସେବୀ ଟିମ୍‌

ଗଞ୍ଜାମ,୧୫ା୪(ବିଦ୍ୟାଧର ସାହୁ):ଗଞ୍ଜାମ ଜିଲାର ଋଷିକୁଲ୍ୟା ମୁହାଁଣ ସମୁଦ୍ର ବେଳାଭୂମିର ବାଲୁକା ଶଯ୍ୟାରେ ବେବି ଅଲିଭ ରିଡଲେ ଅଣ୍ଡାରୁ ଜନ୍ମ ହେବା ପରେ ସମୁଦ୍ର ମୁହାଁ ହୋଇ...

ସି.ଏମ ଟ୍ରଫି ଫୁଟବଲ: ଖରମୁଣ୍ଡା ୟୁଥ ଆଥଲେଟିକ ଏସୋସିଏସନ ଚାମ୍ପିଅନ

ବରଗଡ଼,୧୫।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମରେ ଚାଲିଥିବା ସି. ଏମ ଟ୍ରଫି ଫୁଟବଲ ପ୍ରତିଯୋଗିତା ମଙ୍ଗଳବାର ଉଦଯାପିତ ହୋଇଯାଇଛି। ବରଗଡ଼ ୟୁନାଇଟେଡ ସ୍ପୋର୍ଟସ...

ବିବାହର ୯ ବର୍ଷ ପରେ ଛାଡ଼ପତ୍ର ନେବାକୁ ଯାଉଛନ୍ତି ଦିବ୍ୟଙ୍କା? ଜାଣନ୍ତୁ ଖବର ପଛର ସତ

ମୁମ୍ବାଇ: ଟେଲି ପରଦାର ଲୋକପ୍ରିୟ ଯୋଡ଼ି ମଧ୍ୟରୁ ଦିବ୍ୟଙ୍କା ତ୍ରିପାଠୀ ଏବଂ ବିବେକ ଦହିଆଙ୍କ ଯୋଡ଼ି ଅନ୍ୟତମ। ଦୁହିଁଙ୍କ ବିବାହକୁ ଇତି ମଧ୍ୟରେ ୯ ବର୍ଷ...

କାଳ ବୈଶାଖୀ ରଚିଲା ତାଣ୍ଡବ: ଉପୁଡିଲା ବଡ ବଡ ଗଛ ଓ ବିଦ୍ୟୁତ ଖୁଣ୍ଟ, ଉଡିଲା ଦୋକାନର ଛପର

ପାଟଣା, ୧୫।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ସାହାରପଡା , ଉଖୁଣ୍ଡା ଓ ତୁରୁମୁଙ୍ଗା ଅଞ୍ଚଳରେ ମଙ୍ଗଳବାର ସଂଧ୍ୟାରେ କାଳ ବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି...

ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ନିଆଁ ଲଗାଇବା ଘଟଣା: ପ୍ରତିବାଦ କଲା ଗଜପତି ବିଜେଡି

ଗଜପତି,୧୫।୪(ଗିରିଧାରୀ ପରିଛା): ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପେଟ୍ରୋଲ ଢାଳି ନିଆଁ ଲଗାଇବା ଘଟଣାରେ ବିଜେଡି ବିରୋଧ ପ୍ରଦର୍ଶନ କରିଛି। ମଙ୍ଗଳବାର ବଲାଙ୍ଗୀର ଜିଲା ପାଟଣାଗଡରେ ଗଜପତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image