ରୁବିନାଙ୍କ ଟୁଇଟ୍‌କୁ ନେଇ ଆଶ୍ଚର୍ଯ୍ୟ ପ୍ରଂଶସକ, କହିଲେ ଏମିତି…

ଟେଲିଭିଜନ ଜଗତର ପରିଚିତ ଚେହେରା ରୁବିନା ଦିଲାଏକ। ସେ ସୋସିଆଲ ମିଡିଆରେ ମଧ୍ୟ ସେ ବେଶ ସକ୍ରିୟ। ତାଙ୍କ ପ୍ରଂଶସକଙ୍କ ସଂଖ୍ୟା ମଧ୍ୟ ଖୁବ୍‌ ଅଧିକ। ରୁବିନା ବର୍ତ୍ତମାନ ‘ଖତ୍ରୋଁ କି ଖିଲାଡି ୧୨’ ପାଇଁ ଦକ୍ଷିଣ ଆଫ୍ରିକାର କେପଟାଉନ୍‌ରେ ଅଛନ୍ତି। ସେଠାରୁ ସେ ଅନେକ ଭିଡିଓ ଶେୟାର କରୁଛନ୍ତି। ପ୍ରଂଶସକ ତାଙ୍କୁ ‘ଖତରୋଁ କି ଖିଲାଡି ୧୨’ର ଟ୍ରଫି ସହ ଦେଖିବାକୁ ଚାହୁଁ ଥିଲା ବେଳେ ରୁବିନାଙ୍କ ଟୁଇଟ୍‌ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ରୁବିନା ଟୁଇଟ୍‌ କରି ଲେଖିଛନ୍ତି , ବେଇମାନି ସହ ଜିତିବା ବନାମ ସଚ୍ଚୋଟତା ସହ ହାରିବା ଆପଣ କାହାକୁ ବାଛିବେ ? ତାଙ୍କର ଏହି ଟୁଇଟ୍‌କୁ ନେଇ ନେଇ ପ୍ରବଳ ପ୍ରତିକ୍ରିଆ ଆସିଛି। କେହି କେହି ୟୁଜର୍ସ ତାଙ୍କୁ ଲେଖିଛନ୍ତି କ’ଣ ସେ ଖତରୋଁ କି ଖିଲାଡି ୧୨ରୁ ବାହାରି ଯାଇଛନ୍ତି ।

Share