Categories: ଜାତୀୟ

ଏକଜିଟ୍‌ ପୋଲ୍‌ ପରେ ମହାପୋଲ୍‌ରେ ଆଶ୍ଚର୍ଯ୍ୟକର ସର୍ଭେ, ବଡ଼ ଓଲଟପାଲଟ…

ନୂଆଦିଲ୍ଲୀ,୬।୧୦: ହରିୟାଣା ଏବଂ ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନର ଏକଜିଟ ପୋଲ ବା ବୁଥ୍‌ ବାହୁଡା ମତ ପ୍ରକାଶ ପାଇଛି। ଅଧିକାଂଶ ସର୍ଭେରୁ ଜଣାପଡିଛି ଯେ ହରିୟାଣାରେ କଂଗ୍ରେସ ସରକାର ଗଠନ କରିପାରେ। ଯେତେବେଳେ କି ଜମ୍ମୁ କଶ୍ମୀରରେ ଝୁଲା ବିଧାନସଭାର ସ୍ଥିତି ଦେଖିବାକୁ ମିଳୁଛି।

ତେବେ ଏକଜିଟ୍‌ ପୋଲ ପରେ ପୋଲ ଅଫ ପୋଲ ବା ମହାପୋଲ୍‌ରେ ମଧ୍ୟ ଆଶ୍ଚର୍ଯ୍ୟକର ଭବିଷ୍ୟବାଣୀ କରାଯାଇଛି। ମହାପୋଲ୍‌ ଅନୁଯାୟୀ, ହରିୟାଣାରେ ଭାଜପା ୨୫ଟି ଆସନ ପାଇପାରେ, କଂଗ୍ରେସ ମେଣ୍ଟ ୫୫ଟି ସିଟ ପାଇପାରେ, ଜେଜେପି ଗୋଟିଏ ସିଟ ପାଇପାରେ ବୋଲି ଆକଳନ କରାଯାଇଛି। ଯଦି ଏପରି ଘଟେ ତେବେ ରାଜ୍ୟରେ କଂଗ୍ରେସ ସରକାର ଗଠନ କରିପାରେ।

ସେହିପରି ଜମ୍ମୁ କଶ୍ମୀରର କଥା ଦେଖିଲେ ଜଣାପଡିବ ଯେ, ଏଠାରେ ନ୍ୟାଶନାଲ କନଫରେନ୍ସ ଓ କଂଗ୍ରେସ ମେଣ୍ଟ ଲାଭବାନ ହୋଇପାରେ। ଜମ୍ମୁ କଶ୍ମୀରର ୯୦ଟି ସିଟ ମଧ୍ୟରୁ ଭାଜପାକୁ ୨୬ଟି ସିଟ, କଂଗ୍ରେସ ଏବଂ ଏନସି ମେଣ୍ଟ ୪୩ଟି ସିଟ, ପିଡିପି ୮ଟି ସିଟ ଏବଂ ଅନ୍ୟମାନେ ୧୩ଟି ସିଟ ପାଇପାରନ୍ତି।

ଏକଜିଟ ପୋଲ୍‌ ସର୍ଭେରେ ଆମ ଆଦମୀ ପାର୍ଟି ବଡ଼ କ୍ଷତି ସହୁଥିବାର ଜଣାପଡିଛି। ଅଧିକାଂଶ ଏକଜିଟ ପୋଲରେ ଦଳ ଖାତା ଖୋଲୁଥିବା ପରି ମନେ ହେଉନାହିଁ। ହରିୟାଣା ବିଧାନସଭା ନିର୍ବାଚନର ଏକଜିଟ ପୋଲରେ କଂଗ୍ରେସ ପାର୍ଟି ବାଜି ମାରି ନେଉଥିବାର ଦେଖାଯାଇଛି। ଏଥିସହିତ ଭାରତୀୟ ଜନତା ପାର୍ଟି ବିପୁଳ କ୍ଷତି ସହିବ ବୋଲି ଆଶା କରାଯାଉଛି। ଗତ ୧୦ବର୍ଷ ଧରି ହରିୟାଣାରେ ଯେଉଁ ଭାଜପା ସରକାର ଅଛି ସେଥିରେ ବଡ଼ ଓଲଟପାଲଟ ହୋଇପାରେ।

Share