Posted inଫୁରସତ

ଆତ୍ମସମର୍ପଣ ଓ ଧଳା ପତାକା

ଯୁଦ୍ଧକ୍ଷେତ୍ରରେ ଦୁଇ ଶତ୍ରୁ ଦେଶଙ୍କ ଭିତରେ ଚାଲିଛି ଘମାଘୋଟ ଲଢେଇ। ଗୁଳି ବର୍ଷଣ ସହ ତୋପର ଗୋଳା ମାଡ। ଲାଗେ ସତେ ଯେମିତି ଏ ଯୁଦ୍ଧର ଅନ୍ତ ନାହିଁି। କିନ୍ତୁ ହଠାତ୍‌ ଏମିତି କିଛି ପରିସ୍ଥିତି ଉପୁଜେ ଯେଉଁଥିପାଇଁ ଗୋଟିଏ ପକ୍ଷର ଜଣେ ଯବାନ ବନ୍ଧୁକର ଅଗ୍ରଭାଗରେ ଧଳା ରୁମାଲ ବାନ୍ଧି ଶତ୍ରୁ ପକ୍ଷଙ୍କୁ ଦେଖାନ୍ତି। ଏହି ପତାକା ଦେଖି ଶତ୍ରୁପକ୍ଷ ଜାଣିପାରନ୍ତି ବିପକ୍ଷ ଦଳ ଆତ୍ମ ସମର୍ପଣ କରିବାକୁ ଚାହୁଁଛନ୍ତି। ତେଣୁ ସେମାନେ ଫାୟରିଂ ବନ୍ଦ କରିଦିଅନ୍ତି। ଏଭଳି ଦୃଶ୍ୟ କୌଣସି ଚଳଚ୍ଚିତ୍ରରେ ଦେଖିଥିବେ ଅବା କାହା ମୁହଁରୁ ଶୁଣିଥିବେ। ଆଉ ଏମିତି ବାସ୍ତବରେ ବି ଘଟିଥାଏ। ଧଳା ପତାକା ଦେଖାଇ ଆତ୍ମ ସମର୍ପଣ କରାଯାଏ। ଆଉ ଯୁଦ୍ଧ ସମାପ୍ତ ହୁଏ। ତେବେ ଜାଣନ୍ତି କି ଧଳା ପତାକାର ଅର୍ଥ ଆତ୍ମ ସମର୍ପଣ କେବେ ଓ କେଉଁ ପରିସ୍ଥିତିରେ ହୋଇଥିଲା? ଜାଣନ୍ତୁ ସେ ସମ୍ପର୍କରେ…

ଧଳା ପତାକା ଯୁଦ୍ଧ ବିରାମ ଅବା ଯୁଦ୍ଧ ସମୟରେ ଶାନ୍ତିର କଥାବାର୍ତ୍ତା ପାଇଁ ଅନ୍ତରାଷ୍ଟ୍ରୀୟ ସ୍ତରରେ ମାନ୍ୟତା ପ୍ରାପ୍ତ ସୁରକ୍ଷାତ୍ମକ ସଂକେତ ଅଟେ। ଏହାର ବ୍ୟବହାର ସମର୍ପଣର ପ୍ରତିକଭାବେ ବିବେଚନା କରାଯାଏ। ସବୁବେଳେ ଦୁର୍ବଳ ପକ୍ଷ ହିଁ କଥାବାର୍ତ୍ତା ପାଇଁ ଅନୁରୋଧ କରି ଧଳା ପତାକା ଦେଖାଇଥାନ୍ତି। ଯାହା ଦର୍ଶାଏ ଯେ ହେବାକୁ ଥିବା କଥାବର୍ତ୍ତା ଶସ୍ତ୍ରବିହୀନ ହେବ। ଏହା ଆତ୍ମସମର୍ପଣର ବି କଥା କହେ। ଧଳାପତାକା ଉଡାଇଥିବା ବ୍ୟକ୍ତି ଉପରେ ଗୁଳି ଚାଳନା ହେବ ନାହିଁ କି ଆକ୍ରମଣ କରାଯିବ ନାହିଁ। ତେବେ ଆତ୍ମସମର୍ପଣ ପାଇଁ ଧଳା ପତାକାର ପ୍ରଥମ ବ୍ୟବହାର ଚାଇନାର ହାନ ରାଜବଂଶ ସମୟରେ ହୋଇଥିବା କୁହାଯାଏ। ଏହାବାଦ ରୋମ ସାମ୍ରାଜ୍ୟରେ ୧୦୯ ଖ୍ରୀ.ରେ ଆତ୍ମସମର୍ପଣ ପାଇଁ ଧଳା ପତାକା ବ୍ୟବହାର ହୋଇଥିବା ଉଲ୍ଲେଖ ଅଛି। ଏହା ପୂର୍ବରୁ ରୋମର ସେନାମାନେ ନିଜ ଢାଲକୁ ନିଜ ମୁଣ୍ଡ ଉପରେ ରଖି ଆତ୍ମ ସମର୍ପଣ କରୁଥିଲେ। ମଧ୍ୟଯୁଗରେ ପଶ୍ଚିମ ୟୁରୋପୀୟମାନେ ଆତ୍ମସମର୍ପଣର ମନୋଭାବକୁ ଦର୍ଶାଇବା ଲାଗି ଧଳା ପତାକାକୁ ବ୍ୟାପକଭାବେ ଉପଯୋଗ କରୁଥିବା ଅନେକ ତଥ୍ୟ କହେ। ପର୍ତ୍ତୁଗାଲର ଐତିହାସିକ କୋର୍ରେୟା ଦାବି କରିଛନ୍ତି ଯେ, ୧୫୦୨ରେ ଭାରତୀୟ ଶାସକ କାଲିକଟର ଜମୋରିନ ଶତ୍ରୁ ଭାସ୍କୋଡା ଗାମାଙ୍କ ନିକଟକୁ ନିଜ ବାର୍ତ୍ତାକାରଙ୍କ ହାତରେ ଏକ ବାଡ଼ିରେ ବନ୍ଧାଯାଇଥିବା ଧଳା ପତାକା ଶାନ୍ତିର ବାର୍ତ୍ତା ଭାବେ ପଠାଇଥିଲେ। ଏମିତି ବି କୁହାଯାଏ ୩-୪ ହଜାର ବର୍ଷ ପୂର୍ବେ ଚିନ ଧଳାରଙ୍ଗକୁ ଦୁଃଖର ପ୍ରତିକଭାବେ ବ୍ୟବହାର କରୁଥିଲା। ପରେ ଏହାକୁ ସମର୍ପଣର ସଂକେତଭାବେ ବ୍ୟବହାର କଲେ। ପୂର୍ବେ ସୈନିକ ଓ ନାଗରିକଙ୍କ ପାଖରେ ଧଳା କପଡ଼ା ଯେମିତି ବି ହେଉ ରହୁଥିଲା। ଅର୍ଥାତ୍‌ ଧଳା ରଙ୍ଗର କପଡା ସବୁ ସମୟରେ ସହଜରେ ଉପଲବ୍ଧ ହେଉଥିଲା। ତେଣୁ ନିଜର ନିଷ୍କ୍ରିତା ଦର୍ଶାଇବା ଲାଗି ଧଳା କପଡ଼ା ଦେଖାଯାଉଥିଲା।
ଆଜିକାଲି ଏହାର ବ୍ୟବହାର ବକ୍ସିଂ ରିଙ୍ଗ ଭିତରେ ବି ଦେଖିବାକୁ ମିଳୁଛି। ଯଦି କୌଣସି ବକ୍ସର ପ୍ରତିଦ୍ୱନ୍ଦ୍ୱୀଠାରୁ ଅଧିକ ମାଡ଼ ଖାଉଥାଏ ତେବେ ସେହି ଟିମ୍‌ର ସଦସ୍ୟ କିମ୍ବା କୋଚ୍‌ ଏକ ଧଳା ତଉଲିଆ ରିଙ୍ଗ ଭିତରକୁ ଫିଙ୍ଗି ଦିଅନ୍ତି। ଏହା ସମର୍ପଣ ଭାବକୁ ବୁଝାଏ। ତେଣୁ କହିବାକୁଗଲେ ଧଳାରଙ୍ଗ ଶାନ୍ତି, ସୌହାର୍ଦ୍ଦ୍ୟ ଓ ସମର୍ପଣର ପ୍ରତୀକ ଅଟେ।


Enter your email to get our daily news in your inbox.

All Right Reserved By Dharitri.Com

ସେଲ୍‌ଫି ନେଉଛନ୍ତି କି? ସାବଧାନ! ଖାଲି ହୋଇଯିବ ଆକାଉଣ୍ଟ, ଜାଣନ୍ତୁ କେମିତି…

ସାଇବର ଠକେଇର ନୂଆନୂଆ ମାମଲା ପ୍ରତିଦିନ ସାମ୍ନାକୁ ଆସୁଛି। ଏପରିକି ଲୋକଙ୍କ ଆଜୀବନ ରୋଜଗାର ମଧ୍ୟ ଲୁଟ୍‌ ହେଉଛି। ସାଇବର ଅପରାଧୀମାନେ ନୂଆ ଫର୍ମୂଲା ପକାଇ...

ଫ୍ଲାଇଟ୍‌ରେ ଦେଇଥିବା ଖାଦ୍ୟରୁ ବାହାରିଲା ଜୀବନ୍ତ ମୂଷା, ପରେ ହଠାତ୍‌…

ଖାଦ୍ୟରେ ଜୀଅନ୍ତା ମୂଷା ବାହାରିବା ପରେ ଜରୁରୀ କାଳୀନ ଅବତରଣ କଲା ବିମାନ। ଏହା ଅଆପଣଙ୍କୁ ନିହାତି ଆଶ୍ଚର୍ଯ୍ୟ କରିପାରେ। ଏଭଳି ଘଟଣା ଘଟିଛି ଡେନମାର୍କର...

‘ଜୀବନର ଜଳପଥ’

ନଦୀ ପ୍ରାକୃତିକ ଭାବେ ମଧୁର ଜଳକୁ ପ୍ରବାହ କରିଥାଏ। ଏହା ପାହାଡ଼, ପର୍ବତ କିମ୍ବା ହିମବାହରୁ ଉତ୍ପତ୍ତି ଲାଭକରି ସାଗର, ମହାସାଗର, ହ୍ରଦ କିମ୍ବା ଅନ୍ୟ...

ଆପଣ ବ୍ୟବହାର କରୁଥିବା ଘିଅରେ ମିଶୁଥାଇପାରେ ପଶୁଚର୍ବି-ମାଛତେଲ, ଜାଣନ୍ତୁ କିପରି ପ୍ରସ୍ତୁତ ହୁଏ ଏହି ଘିଅ

ନୂଆଦିଲ୍ଲୀ,୨୨।୯: ତିରୁପତି ବାଲାଜୀ ମନ୍ଦିର ପ୍ରସାଦ ଲଡୁରେ ପଶୁ ଚର୍ବି ଓ ମାଛ ତେଲ ମିଶାଇବା ଘଟଣାରେ ସାରା ଦେଶ ଉଠୁଛି ପଡୁଛି। ଏହାକୁ ନେଇ...

ଏତେ ଲମ୍ବା ଗୋଡ଼ !

ଟେକ୍ସାସ୍‌, ସେଦାର ପାର୍କର ୧୭ ବର୍ଷୀୟା ମ୍ୟାକି କୁରାନ। ତାଙ୍କୁ ଦେଖିଲେ ଲାଗିବ ସତେ ଯେମିତି ସେ ଏକ ଲମ୍ବା ବାଉଁଶ। କାରଣ ଏଇ ବୟସରେ...

ସୁନାଚେନ୍‌ର କେଶ

ଆଜିକାଲି ନାନା ପ୍ରକାରର ହେୟାର ଷ୍ଟାଇଲ ଲୋକେ କରୁଛନ୍ତି। ଖାସ୍‌କରି ସେଲିବ୍ରିଟି ଯେଉଁଭଳି ହେୟାରଷ୍ଟାଇଲ କରନ୍ତି ସାଧାରଣ ଲୋକେ ତାକୁ ଅନୁକରଣ କରନ୍ତି। ମେକ୍ସିକୋର ର଼୍ୟାପର୍‌...

ଘର କାମ କରିବ ଏହି ରୋବୋ

ଘର କାମ ପାଇଁ ଆଜିକାଲି ପ୍ରାୟ ସମସ୍ତେ ଚାକର ଚାକରାଣୀ ରଖୁଛନ୍ତି। ହେଲେ ସେମାନେ ସବୁ ସମୟରେ ମନ ଦେଇ କାମ କରି ନ ଥାଆନ୍ତି...

ବ୍ଲୁ ଟୁଥ୍‌ ନାମ କାହିଁକି ହେଲା

ବ୍ଲୁଟୁଥ୍‌ ଏକ ଓ୍ବେରଲେସ୍‌ ଟେକ୍ନୋଲୋଜି। ଯାହାକି ସାରା ପୃଥିବୀରେ ବେଶ୍‌ ଲୋକପ୍ରିୟ। ତେବେ ଜାଣନ୍ତିକି କମ୍‌ ରେଞ୍ଜରେ ଥିବା ଡିଭାଇସ୍‌କୁ ଯୋଡ଼ିବା ଲାଗି ବ୍ୟବହାର କରାଯାଉଥିବା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri