Categories: ଜାତୀୟ

ଦୈବୀକୋପ ଭୟରେ ଆତ୍ମସମର୍ପଣ

ମାଙ୍ଗାଲୋରର ସ୍ବାମୀ କୋରାଗଜ୍ଜା ମନ୍ଦିର ଦାନବାକ୍ସରେ ଆପତ୍ତିଜନକ ପଦାର୍ଥ ପକାଇଥିବା ୨ ଅଭିଯୁକ୍ତ ଦୈବୀକୋପ ଭୟରେ ଦୋଷ ସ୍ବୀକାର କରିବା ସହ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ଦୁଇଜଣ ହେଲେ ଅବଦୁଲ ରହିମ ଏବଂ ତୌଫିକ୍‌। ମନ୍ଦିର ଅପବିତ୍ର କରିବାରେ ସେମାନଙ୍କ ସହ ସାମିଲ ଥିବା ଅନ୍ୟତମ ସହଯୋଗୀ ନଓ୍ବାଜଙ୍କ ଅକାଳ ମୃତ୍ୟୁ ଘଟିଥିଲା। ଏହାକୁ ଦୈବୀଦଣ୍ଡ ଭାବି ଅବଦୁଲ୍‌ ଓ ତୌଫିକ୍‌ ଡରିଯାଇଥିଲେ। ମନ୍ଦିର ଅପବିତ୍ର ଘଟଣା ଭକ୍ତମାନଙ୍କୁ ମର୍ମାହତ କରିଥିଲା। ଏହାକୁ ନେଇ ଜିଲାରେ ଉତ୍ତେଜନା ବଢ଼ୁଥିବାବେଳେ ୨ ଅଭିଯୁକ୍ତ ବୁଧବାର ରାତିରେ ମନ୍ଦିର ପୂଜାରୀଙ୍କ ଆଗରେ ଦୋଷ ସ୍ବୀକାର କରିବା ପରେ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ।

Share