ଆତ୍ମସମର୍ପଣ କଲେ ୩ ମାଓବାଦୀ

ମାଲକାନଗିରି, ୮ା୫(ଦୁଯେର୍ର୍‌ୟାଧନ ପାତ୍ର):  ଛତିଶଗଡ଼ ଦାନ୍ତେୱାଡା ଜିଲା ପୋଲିସ ନିକଟରେ ୩ ମାଓବାଦୀ ବୁଧବାର ଆତ୍ମସମର୍ପଣ କରିଛନ୍ତି। ସୂଚନାନୁଯାୟୀ, ହିଂସାର ବାଟ ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲହୋଇ ଏକ ସୁଖ ସଂସାର କରିବା ପାଇଁ ମାଲେଙ୍ଗାର ଏରିଆ ମାଓବାଦୀ କମିଟିର ସକ୍ରିୟ ୩ ମାଓବାଦୀ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି। ସେମାନଙ୍କ ମଧ୍ୟରେ ୨ ମହିଳା ଏବଂ ଜଣେ ପୁରୁଷ ମାଓବାଦୀ ଅଛନ୍ତି। ସେମାନେ ହେଲେ କେଏଏମ୍‌ଏସ୍‌ ସଦସ୍ୟ କୁମାରୀ ନନ୍ଦେ ମାଡକାମ(୨୪), ମିଲିସିିଆ ସଦସ୍ୟ କେଶା ଗୋଞ୍ଚେ (୨୨), ସିଏନ୍‌ଏମ୍‌ ସଦସ୍ୟ କୁମାରୀ ମଲ୍ଲେ ମୁଚାକି (୨୫)। ସମସ୍ତ ମାଓବାଦୀ ଶହୀଦ ସପ୍ତାହ ସମୟ ଏବଂ ବନ୍ଦ ଡାକରା ସମୟରେ ରାସ୍ତା ଖୋଳିବା, ଗଛ କାଟିବା, ବୋମା ଖଞ୍ଜିବା, ରାସ୍ତା ଅବରୋଧ କରିବା ଏବଂ ବ୍ୟାନର ପୋଷ୍ଟର ଆଦି ଲଗାଇବା କାର୍ଯ୍ୟରେ ଜଡିତ ଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଅବସରରେ ଦାନ୍ତେୱାଡା ଏସ୍‌ପି ଗୌରବ ରାୟଙ୍କ ଉପସ୍ଥିତିରେ ସମସ୍ତ ୩ ଜଣ ଆତ୍ମସମର୍ପଣକାରୀଙ୍କୁ ୨୫ ହଜାର ଟଙ୍କା ଲେଖାଏ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି।

Share