ମାଲକାନଗିରି,୨୦ା୬: ମାଲକାନଗିରି ଏସ୍ପିଙ୍କ ପାଖରେ ଗୁରୁବାର ୩ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ୩ ମାଓବାଦୀ ଛତିଶଗଡ଼ର ବୋଲି ସୂଚନା ମିଳିଛି। ତେବେ ୪ ବର୍ଷ ହେଲା ଏହି ମାଓବାଦୀମାନେ ମାଓବାଦୀ ସଂଗଠନ ପାଇଁ କାର୍ଯ୍ୟ କରି ଆସୁଥିଲେ। ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ସେମାନେ ମାଓବାଦୀ ସଂଗଠନ ଛାଡ଼ିଥିବା ଏସ୍ପିଙ୍କ ନିକଟରେ ପ୍ରକାଶ କରିଛନ୍ତି।