୩ ଲକ୍ଷ ଟଙ୍କା ପୁରସ୍କାର ଘୋଷିତ ୩ ମାଓବାଦୀଙ୍କ ସହ ୩୨ ଜଣଙ୍କ ଆତ୍ମସମର୍ପଣ, ବନ୍ଧୁକ ଛାଡ଼ି କହିଲେ…

ମାଲକାନଗିରି,୩୦ା୧(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ଦାନ୍ତେଓ୍ବାଡା ଜିଲାରେ ୩ ଲକ୍ଷ ଟଙ୍କାର ପୁରସ୍କାର ଘୋଷିତ ୩ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ବର୍ତ୍ତମାନ ଛତିଶଗଡ଼ ପୋଲିସ ଦ୍ୱାରା ଚାଲିଥିବା ଘରକୁ ଫେରିଆସ ଅଭିଯାନରେ ଅନୁପ୍ରାଣୀତ ହୋଇ ଏହି ତିନି ମାଓବାଦୀ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି। ଆତ୍ମସମର୍ପଣକାରୀଙ୍କ ମଧ୍ୟରୁ ୨ ଲକ୍ଷ ଟଙ୍କାର ପୁରସ୍କାର ଘୋଷିତ ତେଲନାର ଏଲ୍‌.ଓ.ଏସ୍‌ ସଦସ୍ୟା ରାମବତୀ କୁଞ୍ଜାମ, ଦରଭା ଡିଭିଜନ ସଦସ୍ୟ ୧ ଲକ୍ଷ ଇନାମୀ ମାସେ ମାଡବି, ଓ ଜନତାନା ସରକାର ଅଧ୍ୟକ୍ଷ ଦେବା ଓରଫ ନରେଶ ଆତ୍ମସମର୍ପଣ କରିଛନ୍ତି। ଏହି ତିନିଜଣଙ୍କୁ ଛତିଶଗଡ଼ ପୋଲିସ ତରଫରୁ ୨୫ ହଜାର ଟଙ୍କା ଲେଖାଏ ଚେକ୍‌ ପ୍ରଦାନ କରାଯିବା ସହ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯିବ ଏବଂ ପ୍ରତିମାସରେ ୧୦ ହଜାର ଟଙ୍କା ସହାୟତା ରାଶି ମଧ୍ୟ ପ୍ରଦାନ କରାଯିବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ ଯେ, ଏଥିସହ ତିନିବର୍ଷ ପର୍ଯ୍ୟନ୍ତ ତାଙ୍କୁ ମାଗଣା ଆବାସ ଗୃହ, ଭୋଜନର ସୁବିଧା ସହ ଆତ୍ମ ନିର୍ଭରଶୀଳ, କୃଷି ସମ୍ବନ୍ଧୀୟ ଭୂମି ମଧ୍ୟ ପ୍ରଦାନ କରାଯିବ। ସେହିପରି ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ନିକଟରେ ୨୯ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ୨୨ ଜଣ ପୁରୁଷ ଓ ୭ ଜଣ ମହିଳା ମାଓବାଦୀଥିବା ଜଣାପଡ଼ିଛି। ଏମାନେ ବିଭିନ୍ନ ହିଂସାକାଣ୍ଡରେ ଜଡ଼ିତ ଥିବାବେଳେ ପୋଲିସର କଡ଼ା ସୁରକ୍ଷା ଓ ମାଓବାଦୀ ସଂଗଠନରେ ନିର୍ଯାତନାକୁ ସହି ନ ପାରିବା, ମାଓବାଦୀ ମୂଳ ଉଦ୍ଦେଶ୍ୟରୁ ହଟି ନିରୀହ ଆଦିବାସୀଙ୍କୁ ହତ୍ୟା କରୁଥିବାରୁ ଏମାନେ ସଂଗଠନ ଛାଡ଼ିଥିବା କହିଛନ୍ତି। ତେବେ ଏମାନଙ୍କୁ ସରକାରଙ୍କ ତରଫରୁ ଥଇଥାନ ନୀତି ଅନୁଯାୟୀ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ପୋଲିସ ସୁତ୍ରରୁ ପ୍ରକାଶ।


Enter your email to get our daily news in your inbox.

All Right Reserved By Dharitri.Com

ଅଦିନିଆ ବର୍ଷା ପବନରେ ଘରର ଛପର ଉଡିଲା , ବିଳମ୍ବିତ ରାତିରେ…

ଦାରିଙ୍ଗବାଡି, ୨୦।୨ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ମଣିପୁର ଅଞ୍ଚଳରେ ବିଳମ୍ବିତ ରାତିରେ ହଠାତ ବର୍ଷା ଓ ପବନ ଯୋଗୁ ଏକାଧିକ...

ବଡ଼ ଖବର, ରକ୍ତାକ୍ତ ଅବସ୍ଥାରେ ଛାତ୍ରୀ ଉଦ୍ଧାର

ସମ୍ବଲପୁର,୨୦।୨: ସମ୍ବଲପୁରରୁ ଆସୁଛି ବଡ଼ ଖବର। Burla Medical College ରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବିଶ୍ୱବିଦ୍ୟାଳୟ ଛାତ୍ରୀ ଉଦ୍ଧାର ହୋଇଛନ୍ତି। ଭିଆଇପି ରାସ୍ତାର ମେଟାକାନି...

ବିଜୁଳି, ଘଡ଼ଘଡ଼ି କୁଆପଥର ବର୍ଷା, ୬ଜିଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୦।୨ (ଅନୁରାଧା ମହାରଣା): ରାଜ୍ୟର ବିଭିନ୍ନ ଜିଲାରେ ବୁଧବାର ବିଜୁଳି ଘଡ଼ଘଡ଼ି ସହ ବର୍ଷା ଆରମ୍ଭ ହୋଇଛି। କିଛି ସ୍ଥାନରେ ୪୦ରୁ ୫୦କି.ମି. ବେଗରେ ପବନ...

ବର୍ଷକୁ ୨ଥର ସିବିଏସ୍‌ଇ ୧୦ମ ବୋର୍ଡ ପରୀକ୍ଷା

ଭୁବନେଶ୍ୱର,୨୦ା୨ (ସୁଚିସ୍ମିତା ସାହୁ):ଛାତ୍ରୀଛାତ୍ରଙ୍କ ମନରେ ପରୀକ୍ଷା ଚାପ କମାଇବାକୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ବଡ଼ ପଦକ୍ଷେପ ନେବାକୁ ଯାଉଛି। ବର୍ଷକୁ ଦୁଇଟି ପର୍ଯ୍ୟାୟରେ...

ଜଗନ୍ନାଥ ମନ୍ଦିରରୁ ଚୋରି

ନୟାଗଡ଼,୨୦।୨(ଲୋକନାଥ ମିଶ୍ର): ବୁଧବାର ରାତିରେ ନୟାଗଡ଼ ପୁରୁଣା ସହରର ଜଗନ୍ନାଥ ମନ୍ଦିରରୁ ଚୋରି ହୋଇଛି। ଚୋରମାନେ ମନ୍ଦିର କବାଟର କଡା ଭାଙ୍ଗି ଜଗନ୍ନାଥଙ୍କ କିରଟି ଓ...

KIIT student death row: ତଦନ୍ତ ଆରମ୍ଭକଲା ଉଚ୍ଚସ୍ତରୀୟ କମିଟି

ଭୁବନେଶ୍ୱର,୨୦।୨(ସତ୍ୟଜିତ୍‌ ରାଉତ): KIIT University ରେ ବି.ଟେକ୍‌ ଛାତ୍ରୀ ପ୍ରକ୍ରିତି ଲାମସଲ୍‌ଙ୍କ ଆତ୍ମହତ୍ୟା ଏବଂ ନେପାଳୀ ଛାତ୍ରୀଛାତ୍ରଙ୍କୁ ବଳପୂର୍ବକ କଲେଜରୁ ବିତାଡ଼ିତ କରି ନିର୍ଯାତନା ଘଟଣାରେ...

୫ ବର୍ଷରେ ପଞ୍ଚାୟତିରାଜ ବିଭାଗରେ ୨୮କୋଟିର ଦୁର୍ନୀତି ହୋଇଛି: ମନ୍ତ୍ରୀ ନାଏକ

ଭୁବନେଶ୍ୱର,୨୦ା୨(ବନ୍ଦନା ସେଠୀ): ପଞ୍ଚାୟତିରାଜ ବିଭାଗରେ ଗତ ୫ବର୍ଷରେ ୨୮କୋଟି ଟଙ୍କାର ଦୁର୍ନୀତି ହୋଇଥିବା ନେଇ ମଙ୍ଗଳବାର ବିଧାନସଭାରେ ତଥ୍ୟ ରଖିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ।...

ବିଦ୍ୟୁତ ତାର ସଂସ୍ପର୍ଶରେ ହାତୀ ମୃତ୍ୟୁ ଘଟଣା: ୪ ଶିକାରୀ ଗିରଫ

ଦେବଗଡ,୨୦।୨(ଶେଖର ଝାଙ୍କର): ରିଆମାଳ ବନ୍ୟାଞ୍ଚଳ କୁଣ୍ଢେଇଗୋଳା ସେକ୍ସନ ଅନ୍ତର୍ଗତ ଗରିଆପାଲି ନିକଟସ୍ଥ ଜଙ୍ଗଲ ମଧ୍ୟରେ ଜନ୍ତୁ ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image