ମିଲିସିଆ ସେକ୍ସନ କମାଣ୍ଡର ଶାମେଲଙ୍କ ଆତ୍ମସମର୍ପଣ

ମାଲକାନଗିରି,୧୨ା୧(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲାରେ ଶୁକ୍ରବାର ମାଓବାଦୀ ସଙ୍ଗଠନ ମିଲିସିଆ ସେକ୍ସନର କମାଣ୍ଡର ଶାମେଲ ତେଲାମ ଓରଫ ମିଥୁନ ଆତ୍ମସମର୍ପଣ କରିଛନ୍ତି। ଛତିଶଗଡ଼ ପୋଲିସ ପକ୍ଷରୁ ମାଓବାଦୀ ଦମନ ସମୟରେ ସେ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ଜଣାପଡିଛି। ୨୦୧୭ରୁ ମିଥୁନ ମାଓବାଦୀ ସଙ୍ଗଠନ ସହ ଜଡିତ ଥିଲେ। ମାଓବାଦୀଙ୍କ ପକ୍ଷରୁ ହେଉଥିବା ବିଭିନ୍ନ ହିଂସାକାଣ୍ଡରେ ସକ୍ରିୟ ସାମିଲ ହେଉଥିଲେ। ତେବେ ମାଓବାଦୀମାନେ ନିଜର ନୀତି ଆଦର୍ଶରୁ ଓହରି ଯାଉଥିବାରୁ ସେ ସଙ୍ଗଠନ ଛାଡି ସାଧାରଣ ଜୀବନଯାପନ ପାଇଁ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ପ୍ରକାଶ କରିଛନ୍ତି । ଆତ୍ମସମର୍ପଣ ପରେ ତାଙ୍କୁ ୨୫ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି।

Share